ଭିଡ଼ ଯୋଗୁଁ ଟ୍ରେନରେ ଚଢିପାରିଲେ ନାହିଁ ଯାତ୍ରୀ, ଅଟକାଇଲେ ଡିଏମୟୁ

Published By : Prameya-News7 Bureau | October 10, 2022 IST

ଭଦ୍ରକ ୧୦/୧୦: ଟ୍ରେନରେ ଭିଡ଼ ଯୋଗୁଁ ଚଢିପାରିଲେ ନାହିଁ ଯାତ୍ରୀ । ଷ୍ଟେସନରେ ଟ୍ରେନ ସମ୍ମୁଖରେ ଠିଆ ହୋଇ ରହିଛନ୍ତି ଯାତ୍ରୀ । ଦୁଲାଖାପାଟଣା ଷ୍ଟେସନରେ ଡିଏମ ଟ୍ରେନକୁ ଅଟକାଇଛନ୍ତି ଯାତ୍ରୀ ।

ଅଧିକ ଭିଡ଼ ଥିବାରୁ ଅନେକ ଷ୍ଟେସନରେ ଯାତ୍ରୀ ଟ୍ରେନରେ ଚଢିପାରି ନାହାନ୍ତି । ଭଦ୍ରକ ଷ୍ଟେସନ ରୁ ବରିଷ୍ଠ ଅଧିକାରୀଙ୍କର ଗୋଟିଏ ଟିମ ଯାଉଛି ଦୁଲାଖାପାଟଣା । ସେପଟେ ଟ୍ରେନ୍ ଅଟକିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.