ଗଛ ପଡି ଛିଡିଗଲା ଇଲେକ୍ଟ୍ରିକ୍ ତାର, ଷ୍ଟେସନରେ ଅଟକିଲା ଟ୍ରେନ୍

Published By : Prameya-News7 Bureau | August 20, 2022 IST

ବାରିପଦା ୨୦/୦୮: ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଛି ଟ୍ରେନ । ରେଲୱେ ବିଭାଗ ପକ୍ଷରୁ ଚାଲିଛ ମରାମତି, ବିଳମ୍ବରେ ଚାଲିବ ଟ୍ରେନ । ସୂଚନା ଥାଉକି ଗତକାଲି ରାତିରେ ବର୍ଷା ପବନ ଯୋଗୁଁ ବାରିପଦା ଷ୍ଟେସନ ଠାରେ ଏକ ଗଛ ଉପୁଡି ପଡିଥିଲା ।

ଫଳରେ ଗଛପଡ଼ି ଯିବାରୁ ଇଲେକ୍ଟ୍ରିକ ତାର ଛିଡି ଯାଇଥିଲା । ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ଏହା ପ୍ରଭାବରେ ବାଙ୍ଗିରୀପୋଷୀ-ଭୁବନେଶ୍ୱର ଟ୍ରେନ ସକାଳୁ ଅଟକି ରହିଛି । ତେବେ ଘଟଣା ସ୍ଥଳରେ ରେଲୱେ ବିଭାଗ ପହଞ୍ଚି ଏହାର ମରାମତି କାର୍ଯ୍ୟ କରିଛନ୍ତି । ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.