ଟ୍ରେନ୍ରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି
29/11/2022 at 12:39 PM

ଢେଙ୍କାନାଳ୨୯/୧୧; ଅସାବଧାନତାରୁ ଅଘଟଣ। ଟ୍ରେନ୍ରେ ଚଢିବା ବେଳେ ଅସାବଧାନତା ପାଇଁ ଦୁର୍ଘଟଣା। ଫଳରେ ଟ୍ରେନ୍ ଲାଇନ୍କୁ ଖସି ପଡିଲେ ବ୍ୟକ୍ତି। ପ୍ଲାଟଫର୍ମ ଟ୍ରେନ ଲାଇନରେ ପଡିଯିବାରୁ ଟ୍ରେନରେ ଚାପି ହୋଇ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଛନ୍ତି । ପୂର୍ବତଟ ରେଳପଥର ଢେଙ୍କାନାଳ ଶ୍ୟାମଚରଣପୁର ପାସେଞ୍ଜର ହଲଟରେ ଘଟିଛି ଏହି ଅଘଟଣ । ଅନୁଗୁଳ ପୁରୀ ଅନୁଗୁଳ ପାସେଞ୍ଜର ଟ୍ରେନରେ ଘଟିଛି ଏହି ଦୁର୍ଘଟଣା। ଗୁରୁତର ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ବ୍ୟକ୍ତିଙ୍କର ଗୋଡ଼ କଟିଯାଇଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମହାପଦା ଗ୍ରାମର ଚତୁର୍ଭୁଜ ନାଥ । ସେ ଓ ତାଙ୍କ ପତ୍ନୀ ଟ୍ରେନରେ ଯାତ୍ରା କରିବା ବେଳେ ଘଟିଛି ଏହି ଅଘଟଣ ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023