ଚୋରି ସମୟରେ ଧରା ପଡିଥିବା ଦଳିତଙ୍କ ଗୁପ୍ତାଙ୍ଗରେ ପେଚକଶ୍ ପୁରାଇ ୬ ଅଟକ – ନିନ୍ଦା କଲେ ରାହୁଲ ଗାନ୍ଧୀ
20/02/2020 at 6:25 PM

ଜୟପୁର ୨୦୨।୦୨ – ରାଜସ୍ଥାନ ନାଗୁରରେ ଏକ ଗ୍ୟାରେଜ୍ରୁ ୫୦ ହଜାର ଟଙ୍କା ଚୋରି କରୁଥିବା ସମୟରେ ୨ ଜଣ ଦଳିତ ଯୁବକଙ୍କୁ ଗ୍ୟାରେଜ୍ କର୍ମଚାରୀ ଧରିଥିଲେ । ପୁଲିସକୁ ଦେବା ବଦଳରେ ଏମାନ ଦୁଇ ଜଣଙ୍କୁ ନିସ୍ତୁକ ମାଡ ମାରିବା ସହ ଉଲ୍ଲଗ୍ନ କରି ସେମାନଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ମିଶା ପେଚକଶ୍ ପୁରାଇ ଦେଇଥିଲେ । ପରେ ଏହାର ଭିଡିଓ ଭାଇରାଲ୍ ହୋଇଥିଲା ।
ଚୋରି ଅଭିଯୋଗରେ ଅଟକ ରଖିଥିବା ଯୁବକ ଦୁଇ ଜଣ ଅଭିଯୋଗ କରିବା ପରେ ପୁଲିସ ୬ ଜଣଙ୍କୁ ଗିରଫକରିଛି । ଏମାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି । ଭାରତୀୟ ପିଙ୍ଗଳଧାରାର ବିଭିନ୍ନ ଦଫା ଅନୁସାରେ ଏମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ରାହୁ ଗାନ୍ଧୀ ଏ ସମ୍ପର୍କେରେ ଟ୍ୱିଟ କରିଛନ୍ତି । ଏଥିରେ ଯୁବକମାନଙ୍କୁ ଦିଆଯାଇଥିବା ନିର୍ଯ୍ୟାତନାର ନିନ୍ଦାକରିଛନ୍ତି ।
ରାଜସ୍ଥାନ ନାଗୁରରେ ଥିବା ଏକ ଗ୍ୟାରେଜ୍ରେ ଏହି ଦୁଇ ଜଣ ଯୁବକ ୫୦ ହଜାର ଟଙ୍କା ଚୋରି କରୁଥିବା ବେଳେ ଧରା ପଡିଥିଲେ । ପରେ ଏମାନଙ୍କୁ ମାଡ ମରାଯାଇଥିଲା ।