ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର

Published By : Prameya-News7 Bureau | May 27, 2023 IST

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ବୋଝ ବୋହିବା ବେଳେ ଗରମ ଡାଲି ପଡି ଦୁଇ ବୋଝିଆ ଗୁରୁତର । ଗୁରୁତର ଦୁଇ ବୋଝିଆ ହେଉଛନ୍ତି ତଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ । ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":793220,"width":841,"height":463,"sizeSlug":"full","linkDestination":"none"}

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା । ଉଭୟ ତଳେ ପଡି ଯାଇଥିବା ବେଳେ ସେମାନଙ୍କ ଶରୀରରେ ଗରମ ଡାଲି ପଡିଯାଇଥିଲା । ହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।

wp:embed {"url":"https://www.prameyanews7.com/in-rathayatra-silver-will-be-camped-at-the-singhswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/in-rathayatra-silver-will-be-camped-at-the-singhswar/
/wp:embed

ସେପଟେ ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଉ ଉଦବେଗ ପ୍ରକାଶ କରିଛି ବୋଝ ବାହାକ ସଂଘ। ତୁରନ୍ତ ବୋଝ ବାହାକ ସଂଘ ପାଇଁ ଇନସ୍ୟୁରାନ୍ସର ବ୍ୟବସ୍ଥା କରାଯାଉ ବୋଲି ବୋଝ ବାହାକ ସଂଘର ସଭାପତି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.