suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମସ୍ତିଷ୍କର କାର୍ଯ୍ୟ କ୍ଷମତା ଉପରେ କୁପ୍ରଭାବ ପକାଉଛି ଗାଡ଼ି ଧୂଆଁ, ଗବେଷଣାରୁ ସାମ୍ନାକୁ ଆସିଲା ତଥ୍ୟ

26/01/2023 at 10:18 PM

traffic-smoke-is-weakening-the-brain-research-has-revealed

ନୂଆଦିଲ୍ଳୀ, ୨୬/୦୧: ମସ୍ତିଷ୍କକୁ ଦୁର୍ବଳ କରୁଛି ଗାଡ଼ି ଧୂଆଁ। ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ କୁପ୍ରଭାବ ଟ୍ରାଫିକ୍ ପ୍ରଦୂଷଣରୁ ବାହାରୁଥିବା ଧୂଆଁ। ଏକ ସଦ୍ୟ ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। Environmental Health ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୟୁନିଭର୍ସିଟି ଅଫ୍ ବ୍ରିଟିଶ୍‌ କଲମ୍ବିଆ (ୟୁବିସି) ଏବଂ ୟୁନିଭର୍ସିଟି ଅଫ୍ ଭିକ୍ଟୋରିଆ ଦ୍ବାରା କରାଯାଇଥିବା ଗବେଷଣାରେ କାନାଡିଆନ ଗବେଷକ ଦର୍ଶାଇଛନ୍ତି ଯେ ଯାନବାହାନରୁ ବାହାରୁଥିବା ଧୂଆଁ ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ କୁପ୍ରଭାବ ପକାଉଛି।

ମଙ୍ଗଳବାର ଏକ ରିପୋର୍ଟରେ ୟୁବିସି କହିଛି ଯେ ସାଧାରଣ ସ୍ତରର ଟ୍ରାଫିକ୍ ପ୍ରଦୂଷଣ ମଣିଷର ମସ୍ତିଷ୍କକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଖରାପ କରିପାରେ। ରିପୋର୍ଟରେ କୁହାଯାଇଛି କେବଳ ଦୁଇ ଘଣ୍ଟା ଡିଜେଲ ଧୁଆଁରେ ରହିବା ଦ୍ବାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ହ୍ରାସ ହୁଏ। ମସ୍ତିଷ୍କର ବିଭିନ୍ନ ସ୍ନାୟୁ ପରସ୍ପର ସହିତ ଯୋଡ଼ି ହୋଇରହିଥାନ୍ତି ଏବଂ ଏହା ଯୋଗାଯୋଗର ଏକ ମାଧ୍ୟମ। ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ବାୟୁ ପ୍ରଦୂଷଣ ଦ୍ବାରା ମସ୍ତିଷ୍କର ଏହି ସ୍ନାୟବିକ ସଂଯୋଗ ଉପରେ କୁପ୍ରଭାବ ପଡ଼ିଥାଏ।

ଏହି ଗବେଷଣାରୁ ଗବେଷକ ଜାଣିବାକୁ ପାଇଥିଲେ ଯେ ପ୍ରଦୂଷଣ ଫଳରେ ମସ୍ତିଷ୍କର ସ୍ବାଭାବିକ ସ୍ଥିତିରେ ପରିବର୍ତ୍ତନ ହେଉଛି। ଖାସ୍‌ କରି ମସ୍ତିଷ୍କର କିଛି ସ୍ନାୟୁ କ୍ଷେତ୍ରରେ ପରିବର୍ତ୍ତନ ହେଉଛି ଏହି ସ୍ନାୟୁ ଗୁଡ଼ିକ ପରସ୍ପର ଯୋଡ଼ି ହୋଇରହିଛନ୍ତି। ଏହି ସ୍ନାୟୁ ମନେ ରଖିବା ଏବଂ ଚିନ୍ତା କରିବାରେ ସହାୟକ ହୋଇଥାନ୍ତି।

ଏୟାର ପଲ୍ୟୁସନ ଏକ୍ସପୋଜର ଲାବ୍‌ ଭ୍ୟାନ୍‌କ୍ୟୋଓର ଜେନେରାଲ ହସ୍ପିଟାଲରେ ଥିବା ଲାବ୍‌ରେ ୨୫ ଜଣଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଏହି ଯୁବକଙ୍କୁ ବିଭିନ୍ନ ସମୟରେ ପ୍ରଥମେ ଡିଜେଲ ଧୂଆଁ ଏବଂ ସ୍ବଚ୍ଛ ବାୟୁରେ ରହିବାକୁ କୁହାଯାଇଥିଲା। ଏହାପରେ ସେମାନଙ୍କ ମସ୍ତିଷ୍କ ଗତିବିଧିକୁ ମପା ଯାଇଥିଲା ଏବଂ ଏଫଏମଆରଆଇ ଦ୍ବାରା ବ୍ରେନ୍‌ର ପରୀକ୍ଷା କରାଯାଇଥିଲା। ଏହାପରେ ତଥ୍ୟ ରେକର୍ଡ କରାଯାଇଥିଲା।

ଟ୍ରାଫିକ୍ ଜନିତ ବାୟୁ ପ୍ରଦୂଷଣ ଦ୍ବାରା ସ୍ନାୟୁଗତ ପ୍ରଭାବ ଉପରେ ଜ୍ଞାନ ଆହରଣ ପାଇଁ ଏହି ଅଧ୍ୟୟନ କରାଯାଇଥିଲା। ଏହା ସହ ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ବିଶେଷକରି ହୃଦ୍‌ରୋଗ ଏବଂ ଶ୍ବାସତନ୍ତ୍ର ଉପରେ ଏହାର କିଭଳି ପ୍ରଭାବ ପଡ଼ୁଛି ତାହା ମଧ୍ୟ ଗବେଷଣା କରାଯାଇଥିଲା।

ଗବେଷଣାକୁ ନେଇ ୟୁବିସି ପ୍ରଫେସର ତଥା ବରିଷ୍ଠ ଅଥର ଡ. କ୍ରିସ୍‌ କାର୍ଲଷ୍ଟେନ୍, କହିଛନ୍ତି ଏହି ଗବେଷଣା ବିଶ୍ବରେ ପ୍ରଥମ। ଯାହା ପ୍ରମାଣ ଦେଉଛି ଯେ ବାୟୁ ପ୍ରଦୂଷଣର ମସ୍ତିଷ୍କ ସହ ସମ୍ପର୍କ ରହିଛି। ଅବଶ୍ୟ ଏହି ପ୍ରଭାବ ଭାଗ ନେଇଥିବା ବ୍ୟକ୍ତିଙ୍କ ଉପରେ କିଛି ସମୟ ପାଇଁ ରହିଥିଲା। କିନ୍ତୁ କାର୍ଲଷ୍ଟେନ୍ କହିଛନ୍ତି ଯେଉଁଠାରେ ଅଧିକ ପ୍ରଦୂଷଣ ସେଠାରେ ଦୀର୍ଘସ୍ଥାୟୀ ହୋଇଥାଏ।

ସେ କହିଛନ୍ତି ଏହା ଲୋକଙ୍କୁ କୌଣସି ଟ୍ରାଫିକ୍‌ରେ ଫସିବା ପୂର୍ବରୁ ଦୁଇଥର ଭାବିବାକୁ ବାଧ୍ୟ କରିବ। ସେ କହିଛନ୍ତି କାର୍‌ର ଏୟାର ଫିଲ୍ଟର ଠିକ୍‌ ଭାବରେ କାମ୍ କରୁଥିବା ଚେକ୍ କରିବା ଦରକାର। ଏହା ସହ ସେ କହିଛନ୍ତି ରାସ୍ତାରେ ଯିବା ସମୟରେ କିମ୍ବା ବାଇକ୍‌ ଚଳାଇବାରେ କମ୍ ଟ୍ରାଫିକ୍ ଥିବା ରୁଟ୍‌ରେ ଯିବାକୁ ପରାମର୍ଶ ଦେଇଛନ୍ତି।

   Related Posts