ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ, ଜାନୁଆରୀରୁ ପୁଣି ଥରେ ହେବ କଡ଼ା କଡ଼ି ଚେକିଂ-ପରିବହନ ମନ୍ତ୍ରୀ

Published By : Prameya-News7 Bureau | December 06, 2020 IST

ଭୁବନେଶ୍ୱର ୦୬।୧୨: ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ମାସଠୁ ପୁଣି ଥରେ ହେବ କଡ଼ା କଡ଼ି ଚେକିଂ । ବାଇକ୍ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ବାଇକ୍ ପଛରେ ବସିଥିବା ବ୍ୟକ୍ତି ବିନା ହେଲମେଟ୍ ରେ ଯାତ୍ରା କରୁଥିବେ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପ୍ରାୟତଃ ବର୍ତ୍ତମାନ ଚେକିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି । ୨୦୧୯ ଠାରୁ କେନ୍ଦ୍ର ସରକାର ଏଇ ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ କମିଟି ନିର୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଏପରି ନିଷ୍ପତ୍ତି ନିଆଯାଇଛି ।

wp:core-embed/wordpress {"url":"http://www.prameyanews7.com/pay-attention-to-the-bikers-the-person-sitting-in-the-back-is-required-to-wear-a-helmet/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/pay-attention-to-the-bikers-the-person-sitting-in-the-back-is-required-to-wear-a-helmet/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.