ଇସ୍କନ ରଥଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ଦିନ ୧ଟାରୁ ବନ୍ଦ ରହିବା ଏହି ରାସ୍ତା

Published By : Prameya-News7 Bureau | July 07, 2024 IST

ଭୁବନେଶ୍ୱର,୦୭।୦୭: ଆଜି ଇସ୍କନ୍‌ ରଥଯାତ୍ରା ପାଇଁ  କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌  କଟକଣା ଜାରି କରାଯାଇଛି । ଇସ୍କନ୍‌ ମନ୍ଦିର ଯିବା ରାସ୍ତା ଓ ଏହାର ଚତୁଃପାଶ୍ୱର୍ରେ ବହୁ  ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ ।  ଏହି ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍‌  ପୁଲିସ ପକ୍ଷରୁ ରବିବାର ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି । 

ରବିବାର ଦିନ ଗୋଟାଏ ଠାରୁ ରଥ ସିଆର୍‌ପି ଛକ ଅତିକ୍ରମ କରିବା  ପର୍ଯ୍ୟନ୍ତ ବରମୁଣ୍ଡା ପଟୁ ଫାୟାରଷ୍ଟେସନ ଆଡ଼କୁ ସର୍ଭିସ ରୋଡରେ କୌଣସି ପ୍ରକାର ଭାରୀଯାନ ଯାତାୟାତ କରିପାରିବେ  ନାହିଁ । ସେହି ସମୟରେ କୌଣସି ପ୍ରକାର ଯାନବାହନ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ମଧ୍ୟରେ ଥିବା ସର୍ଭିସ ରୋଡରେ  ଯାତାୟାତ କରିପାରବେ ନାହିଁ । ରଥ  ସିଆରପି ଛକ ଅତିକ୍ରମ କରିବା ପର୍ଯ୍ୟନ୍ତ  କୌଣସି ପ୍ରକାର ଯାନବାହାନ କସ୍ତୁରବା  ସ୍କୁଲ ପାଶ୍ୱର୍ ଏବଂ ନୂଆପଲ୍ଲୀ ଅଣ୍ଡରପାସ୍‌  ଠାରୁ ସିଆରପି ଛକ ପର୍ଯ୍ୟନ୍ତ ସର୍ଭିସ  ରୋଡରେ ଯାତାୟାତ କରିପାରିବେ ନାହିଁ । 

ସେହିପର ରଥ ସିଆରପି ଛକରୁ  ମାଉସୀ ମା’ ମନ୍ଦିର ଭାୟା ଡିଏଭି ପବ୍ଲିକ   ସ୍କୁଲ, ୟୁନିଟ୍‌-୮ ଯିବା ସମୟରେ କୌଣସି  ପ୍ରକାର ଯାନବାହାନ ଡିଏଭି ଛକରୁ ସିଆରପି ଏବଂ ସିଆରପି ଛକରୁ ଡିଏଭି  ଛକ ମଧ୍ୟରେ ଯାତାୟାତ କରିପାରିବେ  ନାହିଁ । କେବଳ ଜରୁରୀକାଳୀନ ସେବାରେ  ନିୟୋଜିତ ଫାୟାର ଓ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ  ଉପରୋକ୍ତ କଟକଣା ଲାଗୁ ହେବନାହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.