ଟ୍ରାଫିକଜାମ୍‌ ଯୋଗୁ ଅପହର୍ତ୍ତାକୁ ଗିରଫ କଲା ପୁଲିସ୍‌, ଅପହରଣର ଶିକାର ହୋଇଥିବା ବ୍ୟକ୍ତି କାର୍‌ରୁ ଉଦ୍ଧାର

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ - ଟ୍ରାଫିକ୍‌ ଜାମ୍‌ ହୋଇଥିବାରୁ ଜଣେ ଅପହର୍ତ୍ତାକୁ ପୁଲିସ ଗିରଫ କରିପାରିଛି । ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ପୁଲିସ ଜଣେ ଅପହର୍ତ୍ତାର କାର୍‌କୁ ପିଛା କରିଥିଲା । ଜନକପୁରା ଅଞ୍ଚଳରୁ ଏହି ବ୍ୟକ୍ତିଙ୍କୁ ଜଣେ ଅପହରଣ କରି ଏହି ବ୍ୟକ୍ତି ଜଣଙ୍କ କାର୍‌ରେ ନେଇ ଯାଉଥିଲା । ଦିଲ୍ଲୀର ଦ୍ୱାରକା ଅଞ୍ଚଳ ଆଡକୁ କାର୍‌ରେ ଅପହର୍ତ୍ତା ଏହି ବ୍ୟକ୍ତିଙ୍କ ନେଉଥିଲା ।


ପୁଲିସ ଓ ଅପରଧୀ ପ୍ରାୟ ୪ ଘଣ୍ଟା କାଳ ରାସ୍ତାରେ ଗୋଡିଆ ଗୋଡି ହୋଇଥିଲେ । ପରେ ଉତ୍ତମ ନଗର ନିକଟରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଭିଡ ମଧ୍ୟରେ ଅପରାଧୀ କାର୍‌କୁ ଚଳାଇ ଖସିଯିବା ପାଇଁ ଉଦ୍ୟମ କରିଥିଲା । ଏହାପରେ ପୁଲିସ୍‌ ୨୪ ବର୍ଷୀୟ ଅପରାଧୀକୁ ଗିରଫ କରିଛି । ମାତ୍ର ଗିରଫ ହୋଇଥିବା ଅପରାଧୀର ଆଉ ୩ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି ।

ଜନକ ପୁରୀରେ ଥିବା ଗୋଟିଏ କୋଚିଂ ସେଣ୍ଟର ନିକଟରୁ ଜଣେ ଯୁବକଙ୍କୁ କିଛି ଲୋକ ଅପହରଣ କରି ନେଇଥିବା ପୁଲିସ୍‌ କଣ୍ଟ୍ରୋଲ ରୁମ୍‌ରୁ ଫୋନ୍‌ ଆସିଥିଲା । ପରେ ପିସିଆର୍‌ରେ ଏହି କାର୍‌କୁ ପୁଲିସ ପିଛା କରିଥିଲା ।

ଅପହରଣ ହୋଇଥିବା ପୁଲିସ ୨୧ ବର୍ଷୀୟ ରିଜଓ୍ୱାଲକୁ ଉଦ୍ଧାର କରିଛି । ଗିରଫ ହୋଇଥିବା ବ୍ୟକ୍ତିନାମରେ ପୂର୍ବରୁ ଡକାୟତି ଓ ଅପହରଣ ମାମଲା ରହିଛି । ତାହାର ସହଯୋଗୀମାନଙ୍କ ଗିରଫ କରିବା ପାଇଁ ପୁଲିସ ଚେଷ୍ଟା କରୁଛି । ମାତ୍ର ଟ୍ରାଫିକ୍‌ ଜାମ୍ ଯୋଗୁଁ ରିଜଓ୍ୱାଲ ଅପରହଣରୁ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.