ପୁରୀ ୫।୭: ରଥଯାତ୍ରାରେ ଟ୍ରାଫିକ୍ ସୁପରିଚାଳନା ନେଇ ଟ୍ରାଫିକ୍ ଦାୟିତ୍ବରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ । ହ୍ବାଟ୍ସ ଆପ୍ ଚାଟ୍ ବୋର୍ଡ ବ୍ୟବସ୍ଥା କରାଯାଇଛି । କେତେବେଳେ କେଉଁ ରାସ୍ତାରେ ସହଜରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ ।
ସେହିଭଳି ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି । ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୪୦୦ ଅଫିସର ମୁତୟନ ରହିବେ । ୭ ଓ ୮ ତାରିଖ ଦୁଇ ଦିନ ବଡ଼ଦାଣ୍ଡରେ ନୋ ଭେହିକିଲ୍ ଜୋନ୍ କରାଯିବ ବୋଲି ଏଡିଜି କହିଛନ୍ତି ।
You Can Read:
ଚଳନ୍ତା ସ୍କୁଲ୍ ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ