ଟ୍ରାଫିକ୍ କନେଷ୍ଟବଳଙ୍କ ପାଇଁ ବଞ୍ଚିଗଲା ବୃଦ୍ଧଙ୍କ ଜୀବନ

Published By : Prameya-News7 Bureau | March 12, 2021 IST

କଟକ ୧୨।୩: ଟ୍ରାଫିକ୍ କନେଷ୍ଟବଳଙ୍କ ସାହସ ଓ ବୁଦ୍ଧିମତା ଯୋଗୁଁ ଜଣେ ବରିଷ୍ଠ ନାଗରିକଙ୍କ ଜୀବନ ବଞ୍ଚିଗଲା । ଗୁରୁବାର ରାତି ପ୍ରାୟ ୮ଟା ବେଳେ ବାଦାମବାଡି ଛକରେ ଟ୍ରାଫିକ ଡ୍ୟୁଟିରେ ଥିଲେ କନେଷ୍ଟବଳ ସୁସ୍ମିତା ନାୟକ। ବସଷ୍ଟାଣ୍ଡରୁ ଏକ ବସ୍ ବାହାରି ବାଦାମବାଡି ଟ୍ରାଫିକ୍ ଛକ ପାସ୍ କରୁଥିବା ବେଳେ, ଜଣେ ବରିଷ୍ଠ ନାଗରିକ ବସ୍ ତଳେ ପଡିଯାଇଥିଲେ। ଏହା ଦେଖି ସୁସ୍ମିତା ତୁରନ୍ତ ବସ୍ ଅଟକାଇ ବୃଦ୍ଧ ଜଣଙ୍କୁ ବସ୍ ତଳୁ କାଢିବା ପାଇଁ ଚେଷ୍ଟା କରିଥିଲେ।

ଡ୍ୟୁଟିରେ ଥିବା ସାଥୀ କନେଷ୍ଟବଳ ଲଳିତ ମୋହନ ରାଉତଙ୍କ ସହାୟତାରେ ବୃଦ୍ଧଙ୍କୁ ବସ୍ ତଳୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁସ୍ମିତା ଓ ଲଳିତଙ୍କ ଏଭଳି କାମ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି। ସୁସ୍ମିତା କହିଛନ୍ତି ପୋଲିସ ଚାକିରୀ କରିବା ପାଇଁ ଇଚ୍ଛା ଥିଲା । ଏହି ଚାକିରୀ ମାଧ୍ୟମରେ ଲୋକଙ୍କ ପାଇଁ କିଛି କରିବାର ସୁଯୋଗ ମିଳୁଥିବାରୁ ଖୁବ୍ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି ସୁସ୍ମିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.