oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ନିଜ ହେଲମେଟ୍ ଅନ୍ୟକୁ ଦେଇ ଫାଇନ୍ ଦେଲେ ଯୁବତୀ, ଟ୍ରାଫିକ୍ ପୋଲିସକୁ ଦେଖି ୟୁ-ଟର୍ଣ୍ଣ ମାରୁଛନ୍ତି ଲୋକ

3/12/2019 at 4:02 PM

କଟକ ୩।୧୨: ଡିସେମ୍ବର ୧ ରୁ ଟ୍ରାଫିକ୍ ପୋଲିସ୍ ଦ୍ୱାରା ଯାଞ୍ଚ କଡା କଡି କରାଯିବା ପରେ କଟକ ସହରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । କଟକରେ ପ୍ରାୟ ୯୦ ପ୍ରତିଶତ ଲୋକ ଏବେ ହେଲମେଟ୍ ପିନ୍ଧି ରାସ୍ତାକୁ ଆସୁଛନ୍ତି । ଫାଇନ୍ ଦେଇ ବି ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରୁଛନ୍ତି ଲୋକେ । ହେଲମେଟ୍ ପିନ୍ଧିନଥିବା ଲୋକ ଟ୍ରାଫିକ୍ ପୋଲିସ୍ ଦେଖିଲେ ବିଚ୍ ରାସ୍ତାରେ ୟୁ ଟର୍ଣ୍ଣ ମାରି ଚାଲି ଯାଉଛନ୍ତି । ସେପଟେ ଟ୍ରାଫିକ୍ ଡିସିପି କହିଛନ୍ତି ଯେ, ସେଭଳି ଲୋକ ବି ବର୍ତ୍ତି ପାରିବେନାହିଁ । କାରଣ କଟକର ୫୦ଟି ଛକରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି ।

କୁହାଯାଏ କଟକରେ ଲୋକେ ଟ୍ରାଫିକ୍ ନିୟନ୍ତ୍ରଣ କରନ୍ତି । ଲୋକଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ କରେନି । ଏବେ କିନ୍ତୁ କଟକ ରାସ୍ତା ଘାଟରେ ଚିତ୍ର ବଦଳିଛି । ଆଗରୁ ମାତ୍ର ୧୦ ପ୍ରତିଶତ ଲୋକ କଟକରେ ହେଲମେଟ୍ ପିନ୍ଧୁଥିବା ଦେଖିବାକୁ ମିଳୁଥିଲା । ଡିସେମ୍ବର ୧ ତାରିଖ ପରେ ପ୍ରାୟ ୯୦ ପ୍ରତିଶତ ଲୋକ ହେଲମେଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ଆଜି ତୃତୀୟ ଦିନ ପାଇଁ ବି କଟକ ସହରରେ କଡା କଡି ଟ୍ରାଫିକ୍ ଯାଞ୍ଚ ଚାଲିଥିଲା । ଯାଞ୍ଚ ବେଳେ ହେଲମେଟ୍ ନଥାଇ ଗାଡି ଚଲାଇବା ସହ କାନରେ ବ୍ଲୁ ଟୁଥ୍ ଲଗାଇ କଥା ହେଉଥିବା ବେଳେ ଧରାପଡି ଜନୈକ ଯୁବକ ୬ ହଜାର ଟଙ୍କା ଫାଇନ୍ ଦେଇଛନ୍ତି । ସେହିପରି ଆଉ ଜଣେ ଯୁବତୀ ନିଜ ହେଲମେଟ୍ ଅନ୍ୟକୁ ଦେଇ ଟ୍ରାଫିକ୍ ପୋଲିସ୍ ହାବୁଡରେ ପଡି ଫାଇନ୍ ଦେଇଛନ୍ତି । କିନ୍ତୁ ସମସ୍ତେ ନିୟମକୁ ସ୍ୱାଗତ କରିଛନ୍ତି ।

ଆଜି ଟ୍ରାଫିକ୍ ଯାଞ୍ଚ ବେଳେ କିଛି ମଜାଦାର୍ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ରାସ୍ତାରେ । ଆଗରେ ଟ୍ରାଫିକ୍ ପୋଲିସ୍ ଦେଖି କିଛି ବାଇକର୍ ବିଚ୍ ରାସ୍ତା ଉପରେ ହିଁ ଫିଲ୍ମ ଷ୍ଟଣ୍ଟ ଷ୍ଟାଇଲ୍ ରେ ମାରିଥିଲେ ୟୁ ଟର୍ଣ୍ଣ । ଆଉ କିଛି ଦୂରରେ ଗାଡି ରଖି ହେଲମେଟ୍ ଯୋଗାଡ କରିବା ପରେ ଆଗକୁ ବଢିଥିଲେ ।

କିଛି ଯୁବତୀ ତ ଭୁଲ୍ ହୋଇଯାଇଛି, ଆଉ ଥରଟିଏ ଚାନ୍ସ ଦିଅନ୍ତୁ କହି ଟ୍ରାଫିକ୍ ପୋଲିସ୍ ହାବୁଡରୁ ବର୍ତ୍ତି ଯାଇଥିଲେ । ତେବେ ଭୁବନେଶ୍ୱର ପରି କଟକର ପଚାଶଟି ଛକରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ହେଇଛି । ସିସିସିଭି ଲାଗିଲେ ଆଉ ଏପରି ନିୟମଭଙ୍ଗକାରୀ ମଧ୍ୟ ବର୍ତ୍ତି ପାରିବେନାହିଁ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି ।

ବର୍ତ୍ତମାନ ସ୍ଥିତିରେ ପୋଲିସ୍ ମଦୁଆ ଗାଡି ଚାଳକ, ହେଲମେଟ ବ୍ୟବହାର କରୁନଥିବା ଲୋକ ଓ ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ୍ ରେ କଥା ହେଉଥିବା ବ୍ୟକ୍ତିଙ୍କୁ ଫାଇନ୍ କରିବ । ପରେ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି ।

   Related Posts