ସୋଆ ପକ୍ଷରୁ ଟ୍ରାଫିକ୍‌ ସଚେତନତା ଅଭିଯାନ; ୭ ଦିନ ଚାଲିବ କାର୍ଯ୍ୟକ୍ରମ

Published By : Prameya-News7 Bureau | December 13, 2022 IST

ଭୁବନେଶ୍ୱର ୧୩/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ୭ ଦିନିଆ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ଆଗରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦୁର୍ଘଟଣାରେ ହେଉଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ପାଇଁ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସୋଆ କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି।ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଛି। ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର କରିବାକୁ କୁହାଯାଇଥିଲା।

ଏଥିରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ,  ନିର୍ଦ୍ଦେଶକ ରିସୋର୍ସେସ୍ ତଥା ସିଭିଓ ଯୁଗଳ କିଶୋର ଦାସ,  ଆଇନ୍‌ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁଙ୍କ ସହିତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଣ୍ଟ ପରିଚାଳକ ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ୭ ଦିନ ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.