ଢେଙ୍କାନାଳରେ ଟ୍ରାଫିକ୍ ଓ ଡାକ୍ତରଖାନା ସମସ୍ୟା ଉଦବେଗଜନକ: ଜିଲ୍ଲାପାଳଙ୍କୁ ଘେରିବ ଓକିଲ ସଂଘ
21/08/2018 at 1:54 AM

ଢ଼େଙ୍କାନାଳ ୨୧/୮:ଢେଙ୍କାନାଳ ଜିଲ୍ଲାରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ । ଏପଟେ ନୂତନ ଡାକ୍ତରଖାନାରେ ଜିଲ୍ଲା ସ୍ବାସ୍ଥ୍ୟ ପଦାଧିକାରୀଙ୍କ ମନମାନୀ ଯୋଗୁଁ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏ ଦିଗରେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏପରିକି ଜିଳ୍ଲା ଓକିଲ ସଂଘ ପକ୍ଷରୁ ବାଧ୍ୟ ହୋଇ ଆସନ୍ତା ୨୩ତାରିଖ ଗୁରୁବାର ଜିଲ୍ଲାପାଳଙ୍କୁ ଘେରାଉ କରିବା ସହ ଢେଙ୍କାନାଳରେ ପୁଣି ଏକ ବିରାଟ ଜନଆନ୍ଦୋଳନର ମୂଳଦୂଆ ପକାଇବ ବୋଲି ଓଡିଲ ସଂଘ ପକ୍ଷରୁ ଏକ ପ୍ରେସ ମିଟରେ ଘୋଷଣା କରିଛନ୍ତି ସଂଘର ସଭାପତି ।