ସମୁଦ୍ରରୁ ଉଦ୍ଧାର ହେଲା ଏକ ନିଆରା ମାଛ, ଯାହାର ଓଠ ଓ ଦାନ୍ତ ମଣିଷ ଭଳି

Published By : Prameya-News7 Bureau | July 12, 2020 IST

ମାଲେସିଆ ୧୨/୦୭ : ସୋସିଆଲ ମିଡ଼ିଆରେ ଏକ ମାଛରେ ଫଟୋ ଖୁବ ଭାଇରାଲ ହେଉଛି | ଏହି ମାଛ ଅନ୍ୟ ମାଛମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ | ଏହି ନିଆରା ମାଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି | ଏହାର କାରଣ ହେଲା ଏଫର ଫିଚର୍ସ |

ଏହି ନିଆରା ମାଛର ଓଠ ମଣିଷ ଭଳି | ମାଛକୁ ଦେଖି ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ | ଏହି ମାଛର ଓଠ ମଣିଷ ଭଳି କିପରି ହୋଇପାରେ ସେ ନେଇ ବୈଜ୍ଞାନିକମାନେ ମଧ୍ୟ ଚକିତ | ମଣିଷ ଭଳି ଓଠ ଥିବା ଏହି ମାଛକୁ ବୈଜ୍ଞାନିକମାନେ ଟ୍ରାଇଗର ଫିସ ନାଁ ଦେଇଛନ୍ତି | ଏହି ନିଆରା ମାଛର ଫଟୋ ମାଲେସିଆର ବୋଲି ଜଣାପଡିଛି | ବୈଜ୍ଞାନିକ କହିଛନ୍ତି ଯେ ଟ୍ରାଇଗର ଫିସର ଓଠ ଓ ଦାନ୍ତ ମଣିଷ ଭଳି | ଟ୍ରାଇଗର ଫିସର ମୁହଁର ଜାବ ବହୁତ ମଜବୁତ |

{"id":299357,"sizeSlug":"large"}

ଲୋକେ ଏହି ମାଛର ଫଟୋକୁ ବହୁତ ପସନ୍ଦ କରୁଛନ୍ତି | ଲୋକେ ମାଛକୁ ନକଲ କରି ଏକ କାର୍ଟୁନ ଭଳି ଫଟୋ ମଧ୍ୟ ତିଆରି କରିଛନ୍ତି | ଅନେକ ଲୋକ ତାର ବିଶେଷତ୍ୱକୁ ଦୃଷ୍ଟିରେ ରଖି ମାଛର ଫଟୋକୁ ଭିନ୍ନ ଭିନ୍ନ ମଜାଳିଆ ଫଟୋସପ କରି ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି |

{"id":299358,"sizeSlug":"large"}

ଏହି ନିଆରା ମାଛକୁ ଦେଖିବା ପରେ ଲୋକେ ନାନା ପ୍ରକାର ମିମ୍ସ ଏବଂ ଭିଡିଓ ସେୟାର କରୁଛନ୍ତି | ଜଣେ ୟୁଜର ଏହିଭଳି ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲି | କିଛି ୟୁଜର ଲେଖିଛନ୍ତି ଯଦି ମଣିଷ ଓଠ ସଦୃଶ୍ୟ ମାଛ ଅଛି ତାହେଲେ ଏହିଭଳି ମାଛ ମଧ୍ୟ ଥିବ ଯାହାର ଲମ୍ବା ଲମ୍ବା ଚୁଟି ଏବଂ ନଖ ଥିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.