ଗୋସାଣି ନୂଆଗାଁରେ ପାରମ୍ପରିକ କାଳୁଆ ଯାତ୍ରା, ଲାଗୁ ହେଲା ୧୪୪ ଧାରା

Published By : Prameya-News7 Bureau | October 06, 2021 IST

ବ୍ରହ୍ମପୁର ୦୬/୧୦: ବ୍ରହ୍ମପୁର ଗୋସାଣିନୂଆ ଗାଆଁରେ ଆରମ୍ଭ ହେଲା ପାରମ୍ପରିକ ଯାତ୍ରା ମାଆ କାଳୁଆ ଯାତ୍ରା । ସରକାରୀ ନିୟମ ଓ କୋଭିଡ୍ କଟକଣାକୁ ମାନି ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଗହଳ ଚହଳକୁ ବାରଣ କରାଯାଇଥିବା ବେଳେ ଭକ୍ତଙ୍କୁ ଠାକୁର ଦର୍ଶନ ମନା କରାଯାଇଛି । ବିଳମ୍ବିତ ରାତିରେ ମାଆ ସ୍ଥାୟୀ ମନ୍ଦିରରୁ ବାହାରି ଅସ୍ଥାୟୀ ମନ୍ଦିରକୁ ଆଗମନ କରିଛନ୍ତି ।

{"id":522964,"width":860,"height":472,"sizeSlug":"full","linkDestination":"none"}

ନିରାଡମ୍ବର ସହକାରେ ମାଆଙ୍କ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବିଧି ପରମ୍ପରା ରହିଥିବା କୁହାଯାଇଛି । ଗହଳ ଚହଳକୁ ବାରଣ କରାଯାଇଥିବା ବେଳେ ଲୋକଙ୍କ ଗହଳ ଚହଳ ଦେଖିବାକୁ ମିଳିଥିଲା।କରୋନା କଟକଣା ଯୋଗୁଁ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ନିରାଡମ୍ବରରେ ଭାବେ ପାଳନ କରାଯାଉଥିବା କହିଛନ୍ତି ।ଶାନ୍ତି ଶୃଙ୍ଖଳା ଦୃଷ୍ଟି କୋଣରୁ ଦୁଇ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍ .ଡି .ପି .ଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.