ରେଗୁଲେଟିଙ୍ଗ ମାର୍କେଟିଙ୍ଗ ସୋସାଇଟିର ମନମୁଖୀ କାର୍ଯ୍ୟକୁ ଟ୍ରେଡ଼ର ସଙ୍ଘର ତୀବ୍ର ବିରୋଧ, ରସିଦ୍‌ ଦେଉନଥିବା ଅଭିଯୋଗ

Published By : Prameya-News7 Bureau | December 30, 2021 IST

ଭଦ୍ରକ, ୩୦/୧୨: ଭଦ୍ରକ ଜିଲ୍ଲା ରେଗୁଲେଟିଙ୍ଗ ମାର୍କେଟିଙ୍ଗ ସୋସାଇଟି ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛି ଟ୍ରେଡ଼ର ସଂଘ । ରାଜ୍ୟ ସରକାରଙ୍କ ଘୋଷିତ ଗେଜେଟକୁ ଅବମାନନା କରି ମାର୍କେଟିଙ୍ଗ ସୋସାଇଟି ଜୋର ଜବରଦସ୍ତ ଟ୍ରେଡ଼ରମାନଙ୍କ ଠାରୁ ଧାନକିଣାରେ ଲେଭି ଆଦାୟ କରୁଥିବା ଅଭିଯୋଗ କରିଛି ଟ୍ରେଡ଼ର ସଙ୍ଘ । ଚାଷୀମାନଙ୍କ ଠାରୁ ଉପଯୁକ୍ତ ସମୟରେ ସରକାର ଧାନ କିଣି ପାରୁ ନଥିବା ବେଳେ, ଚାଷୀ ବାଧ୍ୟ ହୋଇ ନିଜର ଆବଶ୍ୟକତା ପାଇଁ ଧାନ ବିକ୍ରି କରୁଛି ।

ତେବେ ଟ୍ରେଡ଼ରମାନେ ଏହି ଧାନକୁ କିଣୁଥିବା ବେଳେ, ରେଗୁଲେଟିଙ୍ଗ ମାର୍କେଟିଙ୍ଗ ସୋସାଇଟି ଟ୍ରେଡ଼ରମାନଙ୍କ ଠାରୁ ଜୋର ଜବରଦସ୍ତ ଧାନକିଣାରେ ଲେଭି ଆଦାୟ କରୁଥିବା ଟ୍ରେଡ଼ର ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ କେବଳ ମାର୍କେଟିଙ୍ଗ ୟାର୍ଡ଼ ଛଡା କୌଣସି ସ୍ଥାନରୁ ଲେଭି ଆଦାୟ କରାଯାଇ ପାରିବ ନାହିଁ ବୋଲି ସରକାରୀ ନିୟମ ଥିବାବେଳେ, ସରକାରୀ ନିୟମକୁ ଅବମାନନା କରି ରେଗୁଲେଟିଙ୍ଗ ମାର୍କେଟିଙ୍ଗ ସୋସାଇଟି ଟ୍ରେଡ଼ର ମାନଙ୍କ ଠାରୁ ମାର୍କେଟିଙ୍ଗ ଫିସ ଆଦାୟ କରୁଛି । ବିଶେଷ କରି ଯେଉଁ ସ୍ଥାନରୁ ଲେଭି ଆଦାୟ କରୁଛି । ସେ ସ୍ଥାନରେ ରସିଦ ଦେଉ ନଥିବା ଦେଉଥିବା ଅଭିଯୋଗ କରିଛି ଟ୍ରେଡ଼ର ସଙ୍ଘ ।

ମାର୍କେଟିଙ୍ଗ ୟାର୍ଡ଼ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ଟ୍ରେଡ଼ର ମାନଙ୍କ ଠାରୁ କୌଣସି ଲେଭି ଆଦାୟ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧ନଭେମ୍ବର ୧୮ ତାରିଖରେ ଗେଜେଟ ପ୍ରକାଶ ପାଇଥିଲା । ତେବେ ସରକାରଙ୍କ ଏହି ଗେଜେଟକୁ କାୟମ ରଖିବା ପାଇଁ ଜିଲ୍ଲାପ୍ରଶାସନ ସହ ଟ୍ରେଡ଼ର ସଙ୍ଘ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ଟ୍ରେଡ଼ର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ଗେଜେଟକୁ ରେଗୁଲେଟିଙ୍ଗ ମାର୍କେଟିଙ୍ଗ ସୋସାଇଟି ଅବମାନନା କଲେ, ଆଇନର ଆଶ୍ରୟ ନେବାକୁ ଟ୍ରେଡ଼ର ସଙ୍ଘ କର୍ମକର୍ତ୍ତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.