oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବେ ଶ୍ରମିକ, ୨୮ ଓ ୨୯ ମାର୍ଚ୍ଚରେ ଦେଶବ୍ୟାପୀ ହରତାଳ

23/03/2022 at 10:32 PM

ନୂଆଦିଲ୍ଲୀ ୨୩।୩: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଭାରତ ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଦୁଇଦିନିଆ ଦେଶବ୍ୟାପୀ ହରତାଳ ଡାକରା ଦେଇଛନ୍ତି। ଶ୍ରମିକ ସଙ୍ଗଠନ ଏକ ବୟାନ ଅନୁସାରେ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ, ଜନବିରୋଧୀ ଓ ରାଷ୍ଟ୍ରବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିବା କହିଛନ୍ତି।

ହରତାଳ ନେଇ ଗତ ମାର୍ଚ୍ଚ ୨୨ ତାରିଖରେ ନୂଆଦିଲ୍ଲୀରେ ବୈଠକ ହୋଇଥିଲା। ଏଥିରେ ସରକାରଙ୍କ ‘ଏସ୍ମା’ ଆଇ ସତ୍ତ୍ୱେ ରୋଡୱେଜ୍, ପରିବହନ ଓ ବିଦ୍ୟୁତ କ୍ଷେତ୍ରର କର୍ମଚାରୀ ସଙ୍ଗଠନମାନେ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।  ଏହା ଛଡା ବ୍ୟାଙ୍କ, ବୀମା ଓ ଆର୍ଥିକ କ୍ଷେତ୍ର ମଧ୍ୟ ଏହି ହରତାଳକୁ ସମର୍ଥନ କରୁଛନ୍ତି। ସେହିପରି କୋଇଲା, ଇସ୍ପାତ, ଦୂରସଞ୍ଚାର, ଡାକ, ଆୟକର, ତମ୍ବା ଆଦି କ୍ଷେତ୍ର ହରତାଳ ନେଇ ନୋଟିସ ମଧ୍ୟ ଜାରି କରି ସାରିଥିବା କୁହାଯାଇଛି। 

ବୟାନରେ କୁହାଯାଇଛି ଯେ ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ଫଳାଫଳରେ ଉତ୍ସାହିତ କେନ୍ଦ୍ର ସରକାର ଶ୍ରମିକମାରଣ ନୀତିଗୁଡିକୁ ଏବେ ଜୋରସୋରରେ ଲାଗୁ କରିବା ଆରମ୍ଭ କରିଛନ୍ତି। ଏଥିରେ କର୍ମଚାରୀ ଭବିଷ୍ୟନିଧି ଜମା ଉପରେ ଥିବା ୮.୫ ପ୍ରତିଶତ ସୁଧହାରକୁ ୮.୧ ପ୍ରତିଶତକୁ ହ୍ରାସ କରିଥିବା ବେଳେ ପେଟ୍ରୋଲ, ଡିଜେଲ, ଏଲପିଜି ଓ ସିଏନଜି ଦର ଦେଶରେ ଅଚାନକ ବୃଦ୍ଧି କରିଛନ୍ତି। ସେହିପରି ସାର୍ବଜନିକ ଉପକ୍ରମଙ୍କ ଜମି ଓ ନିର୍ମାଣ ମୌଦ୍ରିକରଣ ଯୋଜନାରେ ସାମିଲ କରିବା ଦେଶର ସର୍ବସାଧାରଣ ସମ୍ପତ୍ତି ଲାଗି ବିପଦ ସୃଷ୍ଟି କରିଛନ୍ତି।

ଏହି ହରତାଳକୁ ସାରା ଦେଶରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିୟନ କଂଗ୍ରେସ (ଆଇଏନଟିୟୁସି), ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ହିନ୍ଦ ମଜଦୂର ସଭା (ଏଚଏମଏସ୍), ସେଣ୍ଟର ଫର ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଆଇଟିୟୁ), ଟ୍ରେଡ ୟୁନିୟନ କୋଅର୍ଡିନେସନ କମିଟି (ଟିୟୁସିସି), ସେଲଫ ଏମ୍ପ୍ଲଏଡ ୱିମେନସ୍ ଆସୋସିଏସନ (ସେୱା), ଏଆଇସିସିଟିୟୁ, ଏଲପିଏଫ ଓ ୟୁଟିୟୁସି ଆଦି ଶ୍ରମିକ ସଙ୍ଗଠନ ସମର୍ଥନ କରୁଛନ୍ତି।   

   Related Posts