scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଦିବସ ଉପଲକ୍ଷେ ଟ୍ରାକ୍ଟର ଶୋଭାଯାତ୍ରା

30/08/2023 at 5:34 PM

ମହାକାଳପଡା ୩୦।୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ । ପ୍ରଭୁ ବଳଦେବଜୀଉ ହେଉଛନ୍ତି କୃଷି ଓ କୃଷକରମାନଙ୍କର ଦେବତା । କୃଷି କ୍ଷେତ୍ରରେ ବ୍ୟବହୃତ ହଳ-ଲଙ୍ଗଳ ପ୍ରଭୁ ବଳଭଦ୍ରଙ୍କ ପ୍ରତୀକ । କିନ୍ତୁ ଆଧୁନିକ ଯୁଗରେ ବିଜ୍ଞାନ ଅଗ୍ରଗତି ଫଳରେ ହଳ-ଲଙ୍ଗଳ ପରିବର୍ତ୍ତେ କୃଷି କ୍ଷେତ୍ରରେ କଳ-ଲଙ୍ଗଳ ବ୍ୟବହାର କରାଯାଉଛି ।

କୃଷି ଓ କୃଷକଙ୍କର ଭଗବାନ ବଳଦେବଜୀଉଙ୍କ ଜନ୍ମ ଦିବସକୁ ମହାକାଳପଡା ବ୍ଲକର ଶ୍ରୀବଳଦେବଜୀଉ ଚଷା ସଙ୍ଗଠନ ତରଫରୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । କୃଷି କ୍ଷେତ୍ରରେ ବ୍ୟବହୃତ ଟ୍ରାକ୍ଟରକୁ ସୁସଜ୍ଜିତ କରି ୧୫ରୁ ଉର୍ଦ୍ଧ୍ବ ସଂକୀର୍ତ୍ତନ ମଣ୍ଡଳୀ ସହ ପ୍ରଭୁ ବଳଦେବଜୀଉଙ୍କ ବିଗ୍ରହ ସ୍ଥାପନ କରି ମଙ୍ଗଳପୁର ଠାରୁ ବରକନ୍ଧା ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ଦଧିପୁର ଠାରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ଅଞ୍ଚଳରେ କୃଷି କ୍ଷେତ୍ରରେ କାର୍ଯ୍ୟ କରି ସଫଳତା ହାସଲ କରିଥିବା ୧୨ଜଣ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ବ୍ଲକ ୩୧ ପଞ୍ଚାୟତ ବିଭିନ୍ନ ଗ୍ରାମରୁ ବହୁ‌ ମୁରବୀ ଯୋଗଦେଇ ଆନନ୍ଦ ଉଲ୍ଲାସ ସହକାରେ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା ।

You Can Read :

   Related Posts