ମାଡ଼ିଗଲା ଡ୍ରାଇଭର ବିହୀନ ଟ୍ରାକ୍ଟର, ଦୁଇ କାର୍‌ ସହ ଚାରି ବାଇକ୍‌ ଚୁରମାର

Published By : Prameya-News7 Bureau | February 22, 2024 IST

ନୂଆପଡ଼ା: ଡ୍ରାଇଭର ବିହୀନ ଟ୍ରାକ୍ଟର ଧକ୍କାରେ ଦୁଇ କାର୍‌ ସହ ଚାରି ବାଇକ ଚୁରମାର। ଅଳ୍ପକେ ବର୍ତ୍ତିଲେ ବାଇକ ଓ କାର ଯାତ୍ରୀ । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ। ଘଟଣା ଘଟିଛି ସହରର ବ୍ଲକ ଛକରେ । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବ୍ଲକ୍‌ ଛକ ଜାତୀୟ ରାଜପଥ ୩୫୩ର କଡ଼ରେ ଥୁଆ ହୋଇଥିବା ତିନିଟି ବାଇକ୍‌ ଏବଂ ଦୁଇ କାର୍‌ ଉପରେ ଚଢ଼ିଯାଇଥିଲା ଏହି ଡ୍ରାଇଭର ବିହୀନ କାର୍‌।

ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବସତଃ କୌଣସି ଜୀବନ ହାନି ହୋଇନାହିଁ। ଜଣାପଡ଼ିଛି ଯେ, ଉକ୍ତ ଟ୍ରାକ୍ଟରର ଡ୍ରାଇଭର ଅପସ୍ମାର ରୋଗ କାରଣରୁ ଦୁର୍ଘଟଣା ସ୍ଥଳଠାରୁ ପ୍ରାୟ ୫୦ ମିଟର ପୂର୍ବରୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ଆଉ ଟ୍ରାକ୍ଟରଟି ନିୟନ୍ତ୍ରଣ ବିହୀନ ହୋଇ ଗାଡ଼ି ଉପରକୁ ମାଡ଼ି ଯାଇଥିଲା। ଅବଶ୍ୟ ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି । ତେବେ ଟ୍ରାକ୍ଟରଟି ନୂଆପଡ଼ା ଅଞ୍ଚଳର ଏକ ଫାଇନାନ୍ସ କମ୍ପାନି ମାଲିକଠାରୁ ଛଡାଇ ମାଲକାନଗିରି ନେଉଥିବା ଡ୍ରାଇଭର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ସିରିଜ୍ ଦୁର୍ଘଟଣା, ୨ କାର୍ ଓ ଗୋଟିଏ ବାଇକ୍‌କୁ ଧକ୍କାଦେଲେ ମଦ୍ୟପ କାର୍ ଡ୍ରାଇଭର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.