ଟ୍ରାକ୍ଟର ଓଲଟି ଦୁଇ ମୃତ, ଭାରସାମ୍ୟ ହରାଇ ପାହାଡ ତଳକୁ ଖସିଲା ଗାଡି

Published By : Prameya-News7 Bureau | November 21, 2023 IST

ସାନଖେମୁଣ୍ଡି ୨୧/୧୧: ଟ୍ରାକ୍ଟର ଓଲଟି ଦୁଇ ମୃତ, ଦୁଇ ଗୁରୁତର । ତେବେ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଲେ ଡେରା ଶବର ଓ ଜଗନ୍ନାଥ ଶବର ।

ସୂଚନା ଥାଉକି, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ଟ୍ରାକ୍ଟର ଯୋଗେ ଆସୁଥିଲେ ଲୋକେ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର । ଫଳରେ ଦୁଇଜଣଙ୍କ ଘଟମାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଥିଲେ । ଏହାସହ ଅନେକ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

you can also read...

wp:embed {"url":"https://www.prameyanews7.com/three-trains-in-one-track-near-rourkela-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-trains-in-one-track-near-rourkela-station/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.