ଟ୍ରାକ୍ଟରରେ ହଠାତ୍‌ ଲାଗିଗଲା ନିଆଁ, ପୁରା ଜଳିପୋଡି ପାଉଁଶ

Published By : Prameya-News7 Bureau | December 03, 2024 IST

ସୋନପୁର ୦୩।୧୨ : ହୁତୁ ହୁତୁ ଜଳିଗଲା । ଆଖି ପିଛୁଲାକେ ପୋଡିଗଲା ଟ୍ରାକ୍ଟର । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁରେ ଏକ ଟ୍ରାକ୍ଟରରେ ନିଆଁ ଲାଗି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । 

ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁ ନିକଟରେ ଏକ ଟ୍ରାକ୍ଟର ଛିଡ଼ା ହୋଇଥିଲା । ଏହି ସମୟରେ ହଠାତ୍‌ ଟ୍ରାକ୍ଟର ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ , ହେଲେ ନିଆଁର ପ୍ରକୋପ ଅଧିକ ଥିବାରୁ କଷ୍ଟକର ହୋଇଥିଲା । ଏହାପରେ ତୁରନ୍ତ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ହେଲେ ସେତେବେଳକୁ ଟ୍ରାକ୍ଟରି ଜଳିପୋଡି ପାଉଁଶ ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.