ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରାକ୍ଟର, ଭଣଜା ମୃତ, ମାମୁଁ ଗୁରୁତର  

Published By : Prameya-News7 Bureau | May 25, 2022 IST

ପାଟଣା, ୨୫/୦୫:  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ରାଣୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଟ୍ରାକ୍ଟର ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ମାମୁଁ ଓ ଭଣଜାଙ୍କ ମଧ୍ୟରୁ ଭଣଜାର ମୃତ୍ୟୁ ଘଟିଛି । ମୃତ ଭଣଜା ୩ବର୍ଷର ଶିଶୁ ଅଭୟ ଲୋହାର  ହୋଇଥିବା ବେଳେ ଗୁରୁତର ଯୁବକଙ୍କ ନାମ ସୁମନ୍ତ ଲୋହାର ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଭଣଜାକୁ ବାଇକରେ ବସାଇ ମାମୁଁ ଦଳେଇପଶିରୁ ସୁହାଗପୁରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ମୁହାଁମୁଁହିଁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୩ବର୍ଷର ଶିଶୁ ପୁତ୍ର ଅଭୟ ଲୋହାରର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ମାମୁଁକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲକୁ ପଠାଇଛନ୍ତି । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରାକ୍ଟର ଫେରାର ହୋଇଯାଇଥିବା ବେଳେ ମୃତଦେହକୁ ପାଟଣା ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି । ଏନେଇ ପାଟଣା ଥାନାରେ ୯୯/୨୨ ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଫେରାର ଥିବା ଟ୍ରାକ୍ଟରକୁ ଧରିବା ପାଇଁ ପୋଲିସ ଛାନ୍ ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.