ଚାଷ କରିବାକୁ ଜମିକୁ ନେଇ ଯାଉଥିଲେ ଟ୍ରାକ୍ଟର, ହେଲେ ବାଟରେ ଓଲଟି ପଡ଼ିଲା, ତାପରେ...

Published By : Prameya-News7 Bureau | June 23, 2021 IST

ବିନିକା, ୨୩/୦୬: ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୂଖା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଜିତେନ୍ଦ୍ର ବେହେରା ନାମକ ଜଣେ ଯୁବକ ଚାଷ ପାଇଁ ଟ୍ରାକ୍ଟର ନେଇ ଯାଉଥିବା ବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା ।

ସ୍ଥାନୀୟ ଲୋକେ ଟ୍ରାକ୍ଟର ଓଲଟି ଯୁବକ ଜଣକ ଛଟପଟ ହେଉଥିବା ଦେଖି ଗୁରୁତର ଅବସ୍ଥାରେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ଡୁଙ୍ଗୁରିପାଲି ଚିକିତ୍ସାଳୟରେ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ କରିବା ପାଇଁ ବିନିକା ପଠାଇ ଦିଆଯାଇଛି । ଏ ବାବଦରେ ଡୁଙ୍ଗୁରିପାଲି ଥାନାରେ କେଶ ନମ୍ବର ୧୩୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.