scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳାଙ୍କୁ ସଶକ୍ତ କରିବାକୁ ଟାଟା ପାଓ୍ୱାରର ଫୋକସ, TPNODL ତରଫରୁ ଦିଆଗଲା ଭୋକେସନାଲ୍ ଟ୍ରେନିଂ

21/07/2023 at 3:04 PM

ଭୁବନେଶ୍ୱର ୨୧/୦୭: କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ସ୍ୱରୂପ ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ – ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡ଼ିଏଲ) ଆନୁକୁଲ୍ୟରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ୨ଟି ସ୍ଥାନ ଯଥା ବାଲେଶ୍ଵର ଏବଂ ରାଇରଙ୍ଗପୁର ଠାରେ ଜାରି ରଖିଛି ତାର ଧନ୍ଦାମୂଳକ ତାଲିମ କେନ୍ଦ୍ର ।

ଏହି ଧନ୍ଦାମୂଳକ ତାଲିମ ହେଉଛି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନ।ର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତାର ବିକାଶ ଜରିଆରେ ଉପେକ୍ଷିତ ବର୍ଗର ପିଲାମାନଙ୍କୁ ସଶକ୍ତ କରିବା । ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର , ସହକାରୀ ସୋନ୍ଦର୍ଯ୍ୟ ଚିକିତ୍ସା, କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ , ଟିସିଏସ ସହିତ ମିଳିତ ଭାବରେ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ତାଲିମ ଦିଆଯାଉଥିବା ବେଳେ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର ଶିକ୍ଷା ଦିଆଯାଉଅଛି ।

ଟିପିଏନଓଡ଼ିଏଲ ପକ୍ଷରୁ ଏଇ ପ୍ରୟାସଟି ୧୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଉପେକ୍ଷିତ ବର୍ଗର ମହିଳା ମାନଙ୍କ ପାଇଁ ଜାରି ରହିଛି । ଏହାର ସମୟ ଅବଧି ୬ ମାସ ହୋଇଥିଲାବେଳେ ଟିସିଏସ ସହଯୋଗରେ ଦିଆଯାଉଥିବା କମ୍ପ୍ୟୁଟରର ଶିକ୍ଷା ତାଲିମର ୨୧ ଦିନିଆ ପାଠ୍ୟକ୍ରମ ପାଇଁ BA, B.Sc. କିମ୍ବା B.Comରେ ବିଗତ ଦୁଇବର୍ଷ ମଧ୍ୟରେ ସ୍ନାତକ ପାସ କରିଥିବା ଦରକାର ।

ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ପ୍ରଥମ ବ୍ୟାଚ ରେ ୨୭୩ ଜଣ ମହିଳା ଯେଉଁଥିରେ ୯୬ ଜଣ ସିଲାଇ , ୪୧ ଜଣ ସୌନ୍ଦର୍ଜ୍ୟ ବିଭାଗ , ୮୮ ଜଣ କମ୍ପ୍ୟୁଟର, ୪୮ ଜଣ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ରେ ତାଲିମପ୍ରାପ୍ତ ହେଇଛନ୍ତି ଏବଂ ଦ୍ଵିତୀୟ ବ୍ୟାଚ ରେ ୨୬୩ ଜଣ ମହିଳା ଯେଉଁଥିରେ ୮୭ ଜଣ ସିଲାଇ ,୩୪ ଜଣ ସୌନ୍ଦର୍ଜ୍ୟ ବିଭାଗ , ୮୮ ଜଣ କମ୍ପ୍ୟୁଟର, ୫୪ ଜଣ କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ ରେ ତାଲିମ ନେଉଛନ୍ତି ।

ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ୧୬୦ ଜଣ ମହିଳା ଯେଉଁଥିରେ ୮୦ ଜଣ ସିଲାଇ ଏବଂ ୮୦ ଜଣ କମ୍ପ୍ୟୁଟରରେ ଯୋଗ ଦେଇ ତାଲିମ ନେଉଛନ୍ତି । ପେଷାଦାର କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକ ଅତିକ୍ରମ କରିବାରେ ଉପେକ୍ଷିତ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକୀୟ ଲଘୁଦକ୍ଷତା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଏଇ କାର୍ଯ୍ୟକ୍ରମ ଦ୍ଵାରା ଲକ୍ଷ ରଖାଯାଇଛି |

   Related Posts