ଟୋୟଟା ଅର୍ବାନ କ୍ରୁଜରର ବୁକିଂ ଆରମ୍ଭ ଖୁବଶୀଘ୍ର ଡେଲିଭରୀ ଦେବେ ଏସୟୁଭି ନିର୍ମାତା, ଦମଦାର୍ ଫିଚର ସହ ଦାମ୍ ୮ ଲକ୍ଷରୁ ଆରମ୍ଭ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ, ୨୮|୦୮  :   ଟୋୟଟା କିଲୋସ୍କର ମୋଟର ନିଜର ଏସୟୁଭି ଅର୍ବାନ କ୍ରୁଜର ପାଇଁ ବୁକିଂ ଆରମ୍ଭ କରିଛି । ଡିଲରସିପ୍ ମାଧ୍ୟମରେ କମ୍ପାନୀର ଓ୍ୱେବସାଇଟକୁ ଯାଇ ୧୧୦୦୦ ଟଙ୍କାରେ ଏହି ଏସୟୁଭିକୁ ବୁକ୍ କରିହେବ ।

ଏହି ଏସୟୁଭିର ଇଣ୍ଟେରିଅରକୁ ନେଇ କମ୍ପାନୀ ଅନେକ ତଥ୍ୟ ପ୍ରଦାନ କରିଛି । ଏଥିରେ ଡୁଆଲ ଟୋନ୍ ଡାର୍କ ବ୍ରାଉନ୍ ଇଣ୍ଟେରିଅର୍ ରହିଛି । ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ । ଏଥିରେ ପ୍ରିମିୟମ ଲୁକ୍‌ର ଇଣ୍ଟେରିଅରର ଦିଆଯାଇଛି । ଏହାର କ୍ୟାବିନ୍ ବହୁତ ବଡ ଅଟେ । ଏହାକୁ ଗ୍ରାହକଙ୍କୁ ସୁବିଧାକୁ ନଜରରେ ରଖି କରାଯାଇଛି । ଏହାସହ ଏହି କାରରେ ପୁସ୍ ଷ୍ଟାର୍ଟ ଆଣ୍ଡ ଷ୍ଟପ୍ ବଟନ୍ ଓ ଅଟୋମେଟିକ୍ ଏସି ରହିଛି ।

ଏହାବ୍ୟତୀତ ଆଣ୍ଡ୍ରୋଏଡ୍ ଅଟୋ, ଆପଲ୍ କାର ପ୍ଲେ, ସ୍ମାର୍ଟଫୋନ୍ ଆଧାରିତ ନାଭିଗେସନ, ପ୍ଲେ କାଷ୍ଟ ଟଚ୍ ସ୍କ୍ରିନ୍, ଇଲେକ୍ଟ୍ରୋକ୍ରୋମିକ୍ ରିୟର ଭିୟୁ ମିରର୍ ଓ କ୍ରୁଜ୍ କଣ୍ଟ୍ରୋଲ ରହିଛି । କାର୍‌ର ୟୁନିକ ଫ୍ରଣ୍ଟରେ ମେନ୍ ଗ୍ରିଲ୍ ଦିଆଯାଇଛି । ଏହାସହ ଏଲଇଡି ଡିସପ୍ଲେ ମଧ୍ୟ ରହିଛି । କାର୍‌ରେ ୧୬ ଇଞ୍ଚର ଡାଏମଣ୍ଡ କଟ୍ ଆଲୟ ହ୍ୱିଲ୍ ରହିଛି ।

ଏହି କାର୍ ଉପରେ କମ୍ପାନୀ ୩ ବର୍ଷ ଓ ୧ ଲକ୍ଷ କିମିର ଓ୍ୱାରେଣ୍ଟି ପ୍ରଦାନ କରିଛି । ଅର୍ବାନ କ୍ରୁଜର୍ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ବିଶିଷ୍ଟ ଅଟେ । ଏଥିରେ ଅଟୋମେଟିକ ଓ ମାନୁଆଲ ଟ୍ରାନ୍ସମିସନ ରହିଛି ।

ଏହାର ଦାମ୍ ମାରୋତି ବ୍ରିଜାଠୁ ସାମାନ୍ୟ ଅଧିକ ହେବ । କାରଣ ଏହାକୁ ଅନେକ ପ୍ରିମିୟମ ସଂସ୍କରଣରେ ବଜାରରେ ପ୍ରବେଶ କରାଯାଇଛି । ଏହାର ଦାମ୍ ପ୍ରାୟ ୮ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.