ବିଷାକ୍ତ ମହିଳା: ହସ୍ପିଟାଲ୍ରେ ଭର୍ତ୍ତି ହେଉ ହେଉ ସମସ୍ତେ ହୋଇଗଲେ ଅସୁସ୍ଥ, ଡାକ୍ତରଙ୍କର ବି କରିବାକୁ ପଡିଥିଲା ସର୍ଜରୀ
24/09/2023 at 2:03 PM

ନୂଆଦିଲ୍ଲୀ ୨୪।୦୯: ଖାଲି ଏତିକି ନୁହେଁ, ପୁରା ଡାକ୍ତରଖାନାକୁ ହିଁ ଖାଲି କରିବାକୁ ପଡିଥିଲା ଏବଂ ଗାଡି ପାର୍କିଂରେ କରିବାକୁ ପଡିଥିଲା ଚିକିତ୍ସା । ଏ ଘଟଣା ହେଉଛି ୧୯ ଫେବୃୟାରୀ ୧୯୯୪ର । ହଠାତ୍ ଜଣେ ମହିଳାଙ୍କୁ ନେଇ ହସ୍ପିଟାଲ୍ ଆସିଥିଲେ ପରିବାର ଲୋକେ । ମହିଳା ଜଣକ ଗର୍ଭାଶୟ କର୍କଟରେ ପୀଡିତ ଥିଲେ । ସେ ୪ର୍ଥ ଷ୍ଟେଜ୍ରେ ଥିଲେ । ତାଙ୍କୁ ହଠାତ୍ ହାର୍ଟଆଟାକ୍ ହେବାରୁ ସେ ହସ୍ପିଟାଲ୍ ଆସିଥିଲେ ।

କିନ୍ତୁ ଡାକ୍ତର ଯେତେବେଳେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ, ସେତେବେଳେ ଜଣେ ଜଣେ କରି ହେବାକୁ ଲାଗିଥିଲେ ଅସୁସ୍ଥ । ଏମିତିକି ସମସ୍ତଙ୍କୁ ଏମର୍ଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରିବାକୁ ପଡିଥିଲା । ମହିଳା ଜଣକ କାଲିଫର୍ନିଆର ରିଭରସାଇଡରେ ରହିଥିବା ୩୧ ବର୍ଷିୟ ଗ୍ଲୋରିଆ ରାମିରେଜ । ଏହାକୁ ଡାକ୍ତରୀ ବିଜ୍ଞାନରେ ସବୁଠାରୁ ଅଜବ ମାମଲା କୁହାଯାଉଛି । ସେତେବେଳେ ଗ୍ଲୋରିଆଙ୍କୁ କୁହାଯାଇଥିଲା “ବିଷାକ୍ତ ମହିଳା” ।

ହଠାତ୍ ଗ୍ଲୋରିଆଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏଥିପାଇଁ ତାଙ୍କୁ ଇଲେକ୍ଟିକ୍ ସକ୍ ଦେବାକୁ ନିଆଯାଇଥିଲା ନିଷ୍ପତ୍ତି । ତାଙ୍କୁ ରିଭରସାଇଡ୍ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ବେଳେ ଗ୍ଲୋରିଆଙ୍କ ଶରୀରରେ ଏକ ତେଲିଆ ଅଂଶ ଦେଖିବାକୁ ପାଇଥିଲେ ହସ୍ପିଟାଲର କର୍ମଚାରୀ । ତାଙ୍କ ଶରୀରରୁ ରସୁଣର ଗନ୍ଧ ଆସୁଥିଲା । କିନ୍ତୁ ପରିସ୍ଥିତି ସେତେବେଳେ ଅଧିକ ବିଗିଡିଥିଲା , ଯେତେବେଳେ ନର୍ସ ଗ୍ଲୋରିଆଙ୍କ ବ୍ଲଡ୍ ଟେଷ୍ଟ କରିଥିଲେ । ଆଉ ରକ୍ତରୁ ଆମୋନିଆ ଗନ୍ଧ ଆସିଥିଲା ।

ଏଥିରେ ନର୍ସ ଏବଂ ଡକ୍ଟର ଗୋର୍ଚିନସ୍କି ଅସୁସ୍ଥ ହୋଇଥିଲେ । ଆଉ ସେମାନଙ୍କୁ ଏମର୍ଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ମୋଟ ୨୩ ଜଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାର କିଛି ସମୟ ପରେ ହିଁ ଗ୍ଲୋରିଆଙ୍କୁ ମୃତ ଘୋଷଣା କରାଯାଇଥିଲା । ରିସର୍ଚ ପରେ କୁହାଯାଇଥିଲା କି ଗର୍ଭାଶୟ କର୍କଟ ଏବଂ କିଡନୀ ଫେଲ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାରେ ଖାସ୍ କରି ଡାକ୍ଟର ଗୋର୍ଚିନସ୍କି ଅଧିକ ଗୁରୁତର ହୋଇଥିଲେ । ତାଙ୍କର ମୁଣ୍ଡବିନ୍ଧା, ମାଂସପେଶୀରେ କଷ୍ଟ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଗୋର୍ଚିନସ୍କି ଦୁଇ ସପ୍ତାହରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମିତିକି ତାଙ୍କର ଆଣ୍ଠୁ ନଷ୍ଟ ହୋଇଯାଇ ଥିବାରୁ ସର୍ଜରୀ ମଧ୍ୟ କରିବାକୁ ପଡିଥିଲା ।

ଡାକ୍ତରମାନେ ଜିଦ୍ କରିଥିଲେ ଗୋର୍ଚିନସ୍କି ଅବସ୍ଥା କୌଣସି ବିଷାକ୍ତ ଗ୍ୟାସ୍ କାରଣରୁ ହୋଇଥିଲା । କିନ୍ତୁ ଗୋର୍ଚିନସ୍କି ନିଶ୍ଚିତ ଥିଲେ ଯେ ଏହି ଗ୍ୟାସ୍ ଗ୍ଲୋରିଆଙ୍କ ରକ୍ତରୁ ଆସିଛି । ୧୯୯୭ରେ ଲରେନ୍ସ ଲିଭରମୋର ନ୍ୟାସନାଲ ଲାବୋରେଟୋରୀର ଜଣେ ବୈଜ୍ଞାନିକ ଏହି ମାମଲାକୁ ରାସାୟନିକ ପ୍ରକ୍ରିୟା ଦାୟୀ ବୋଲି କହିଥିଲେ ।
You Can Read: