ଚକୋଲେଟ୍‌ ଖାଉଥିଲେ ସାବଧାନ ! ଡାର୍କ ଚକୋଲେଟ୍‌ରେ ରହିଛି ବିଷାକ୍ତ ପଦାର୍ଥ

Published By : Prameya-News7 Bureau | August 07, 2024 IST

ମୁମ୍ଵାଇ ୦୭।୦୮: ପ୍ରାୟତଃ ଚକୋଲେଟ୍‌ କାହାକୁ ବା ପସନ୍ଦ ନୁହେଁ । ଛୋଟରୁ ବଡ ଯାଏଁ ସଭିଏଁ ଚକୋଲେଟ୍ ଖାଇଥାଆନ୍ତି। ବର୍ତ୍ତମାନ ଚକୋଲେଟ୍‌ ପ୍ରେମୀଙ୍କ ପାଇଁ ବ୍ୟାଡ୍‌ ନ୍ୟୁଜ୍‌ ଆସିଛି । ଯଦି ଆପଣ ବି ଚକୋଲେଟ୍‌ ଆବଶ୍ୟକରୁ ଅଧିକ ଖାଉଛନ୍ତି ତେବେ ସାବଧାନ ରୁହନ୍ତୁ । ଆମେରିକୀୟ ବୈଜ୍ଞାନିକମାନେ ଏକ ଅନୁସନ୍ଧାନରେ ଅନେକ ଚକୋଲେଟ୍ ଉତ୍ପାଦରେ ବିଷାକ୍ତ ପଦାର୍ଥ ପାଇଛନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ବିପଜ୍ଜନକ ହୋଇପାରେ । ରିପୋର୍ଟ କରିଛି ଯେ ୱାଶିଂଟନ୍ ୟୁନିଭର୍ସିଟି ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରେ ବିଷାକ୍ତ ପଦାର୍ଥ ଅର୍ଥାତ୍‌ ମେଟାଲ୍ସ ଓ କ୍ୟାଡମିୟମ ଉତ୍ପାଦରେ ଅଧିକ ମିଳିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ଘଟାଇପାରେ । ଆସନ୍ତୁ ଜାଣିବା ଏହି ଅଧ୍ୟୟନରେ କ’ଣ ମିଳିଲା ...

ଏହି ଅଧ୍ୟୟନରେ, ବୈଜ୍ଞାନିକମାନେ ୮ ବର୍ଷ ପାଇଁ କୋକୋରୁ ପ୍ରସ୍ତୁତ ଡାର୍କ ଚକୋଲେଟ୍ ସହିତ ୭୨ ଟି ଉତ୍ପାଦ ବିଶ୍ଳେଷଣ କରିଥିଲେ ଯାହା ପରେ ସେମାନେ ଜାଣିବାକୁ ପାଇଲେ ଯେ ଚକୋଲେଟରୁ ପ୍ରସ୍ତୁତ ଉତ୍ପାଦଗୁଡିକର ୪୩% ରେ ଅଧିକ ପରିମାଣର ମେଟାଲ ଅଛି । ୩୫% ଦ୍ରବ୍ୟରେ କ୍ୟାଡମିୟମ ମିଳିଥିଲା । ଏଥି ସହିତ, ବିଷାକ୍ତ ପଦାର୍ଥ ଗୁଡିକ ଜୈବ ପଦାର୍ଥରେ ବହୁ ପରିମାଣରେ ମିଳିଥାଏ। ଯାହା ଚିନ୍ତାର କାରଣ ।

ଗବେଷକମାନେ କହିଛନ୍ତି ଯେ ଚକୋଲେଟ୍ ପ୍ରୋଡକ୍ଟ ଗୁଡ଼ିକରେ ଏହି ଧାତୁ ପ୍ରଦୂଷଣ ମାଟିରେ କିମ୍ବା ଉତ୍ପାଦନ ସମୟରେ ହୋଇପାରେ । ଏହି ଅଧ୍ୟୟନରେ ଚକୋଲେଟ୍‌ ଅଲଗା ଅଲଗା ବ୍ରାଣ୍ଡ୍‌ ଏବଂ ବ୍ୟାକଟେରିଆରେ ଆଧାରିତ ଥିଲା । ଅନେକ କ୍ଷେତ୍ରରେ ବିଷାକ୍ତ ପଦାର୍ଥର ବହୁତ ଉଚ୍ଚ ସ୍ତର ମିଳିଥିଲା । ଲେଡ୍ ହେଉଛି ଏକ ଅତ୍ୟଧିକ ବିଷାକ୍ତ ଉପାଦାନ। ଯାହା ଶରୀରରେ ଜମା ହୋଇଗଲେ ସ୍ନାୟୁ ପ୍ରଣାଳୀ, କିଡନୀ ଏବଂ ହୃଦୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପିଲାମାନଙ୍କର ଶରୀରରେ ପହଞ୍ଚିବା ଦ୍ୱାରା ଏହା ମାନସିକ ବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଡାର୍କ ଚକୋଲେଟରେ ଅଧିକ ପରିମାଣର ଭାରୀ ଧାତୁ ଏକ ବିପଦ ସୃଷ୍ଟି କରିପାରେ। 

ସ୍ୱାସ୍ଥ୍ୟ ଉପରେ କ୍ୟାଡମିୟମର ପ୍ରଭାବ 

ଚକୋଲେଟରେ ମିଳୁଥିବା ଅନ୍ୟ ଏକ ବିଷାକ୍ତ ପଦାର୍ଥ କ୍ୟାଡମିୟମ୍ କିଡନୀ ଏବଂ ହାଡ ପାଇଁ କ୍ଷତିକାରକ । ଯଦି ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ସହିତ ରହିଥାଏ। ତେବେ ଏହା ଦ୍ଵାରା ହାଡ ଦୁର୍ବଳ ହୋଇପାରେ । ଏହା ବ୍ୟତୀତ ଅନେକ କିଡନୀ ରୋଗ ହୋଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କୋକୋ ପ୍ଲାଣ୍ଟ ଗୁଡିକ ଭୂମିରୁ ଭାରୀ ଧାତୁ ଗ୍ରହଣ କରିପାରନ୍ତି, ତେଣୁ ଅଧିକ ଚକୋଲେଟ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ପିଲାମାନଙ୍କୁ ଏହାର ଅସୁବିଧା ବିଷୟରେ ମଧ୍ୟ କହିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.