ପ୍ରଥମେ ଖରାପ ବାୟୁ, ଏବେ ପାଣି ବି ଖରାପ…ଯମୁନାରେ ଦେଖାଗଲା ବିଷାକ୍ତ ଫେଣ !
14/11/2023 at 1:30 PM

ନୂଆଦିଲ୍ଲୀ ୧୪।୧୧: ଦିପାବଳୀର ୨ଦିନ ପରେ ବି ଏବେ ବି ଅସୁସ୍ଥ ରାଜଧାନୀ । ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ସ୍ଥିତି ପୁରା ଖରାପ । ସ୍ୱିସ୍ କମ୍ପାନୀ ଏକ୍ୟୁଆଇ୍ ଅନୁଯାୟୀ, ସୋମବାର ଦିନ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ଥିଲା। ଏହି ସମୟ ମଧ୍ୟରେ ଦିଲ୍ଲୀର ଆଉ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି । ଯାହା ଦର୍ଶାଇଛି ଯେ ପୂର୍ବରୁ କେବଳ ବାୟୁ ଖରାପ ଥିଲା କିନ୍ତୁ ବର୍ତ୍ତମାନ ପାଣି ମଧ୍ୟ ବିଷାକ୍ତ ହେବାରେ ଲାଗିଛି । ଏହାର କାରଣ ହେଉଛି ଯମୁନା । ଯମୁନା ଘାଟରେ ପୁନର୍ବାର ବିଷାକ୍ତ ଫୋମ୍ ବା ଫେଣ ଦେଖାଯିବା ଆରମ୍ଭ ହୋଇଛି ।

ଆଉ ଏହି କାରଣରୁ ହିଁ ଛଟ୍ ପୂଜା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଢିଛି ଅସୁବିଧା । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ତେବେ ଏହା ପ୍ରଥମଥର ନୁହେଁ ଯେ ଛଟ୍ ପର୍ବ ପୂର୍ବରୁ ଯମୁନାରେ ଫେଣ ଦେଖାଯାଇଛି । ପ୍ରତିବର୍ଷ ପରିସ୍ଥିତି ସମାନ ରହିଥାଏ । ଚଳିତ ବର୍ଷ ମଧ୍ୟ ଛଟ୍ ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ଘାଟଗୁଡିକ ସଜାଯାଉଥିବା ବେଳେ ଅନ୍ୟପକ୍ଷରେ ଏହି ବିଷାକ୍ତ ଫେଣ ଭକ୍ତଙ୍କ ସମସ୍ୟାକୁ ବଢାଇ ଦେଇଛି ।
#WATCH | Delhi: Toxic foam floats on the surface of Yamuna River pic.twitter.com/6tAbxjyBqg
— ANI (@ANI) November 14, 2023
ବାସ୍ତବରେ ଯମୁନା ଜଳରେ ଫେଣ ହେବାର ମୁଖ୍ୟ କାରଣ ହେଉଛି ସ୍ବେରେଜ ପାଣି କିମ୍ବା କଳକାରଖାନାରୁ ଆସୁଥିବା ବର୍ଜ୍ୟବସ୍ତୁ । ଏହି କାରଣରୁ ନଦୀରେ ସୃଷ୍ଟି ହୋଇଥାଏ ଫେଣ । କଳକାରଖାନାରୁ ଆସୁଥିବା ବର୍ଜ୍ୟବସ୍ତୁ ଅପେକ୍ଷା ସ୍ବେରେଜ ପାଣି ଅଧିକ ବିପଜ୍ଜନକ ଅଟେ ।

ବର୍ତ୍ତମାନ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଯାଇଛି ରାଜନୀତି । ଯମୁନା ପାଣିରେ ଫେଣ ହେବାକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ହରିୟାଣାର କାରଖାନା ଗୁଡ଼ିକରୁ ବାହାରୁଥିବା ଜଳରୁ ଯମୁନାରେ ଆମୋନିୟା ସ୍ତର ବୃଦ୍ଧି ପାଉଛି ବୋଲି ଅଭିଯୋଗ କରି ଆସୁଛନ୍ତି ଦିଲ୍ଲୀ ସରକାର ।
You Can Read: