ସୂଚନା ଓ ଲୋକସଂପର୍କ ବିଭାଗର କ୍ରିକେଟ୍‌ ଦଳକୁ ସମ୍ବର୍ଦ୍ଧନା, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଆଲୋକ

Published By : Prameya-News7 Bureau | May 25, 2023 IST

ଭୁବନେଶ୍ୱର ୨୫୦୫ : ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ବିଭାଗୀୟ ସଚିବାଳୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସୂଚନା ଓ ଲୋକ .ସମ୍ପର୍କ ବିଭାଗ କ୍ରିକେଟ୍‌ ଦଳ ରନର୍ସ ଅପ୍‌ ହୋଇଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚାମ୍ପିଅନ୍‌ ହୋଇଛି ।

ବୁଧବାର ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ରନର୍ସ ଅପ୍‌ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ୍‌ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରମାନ୍ୱୟରେ ତୃତୀୟ ଥର ଫାଇନାଲ୍‌ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳର ଖେଳାଳିମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳ କ୍ୱାର୍ଟରରେ ଗୃହ ବିଭାଗକୁ ଏବଂ ସେମିରେ ଅର୍ଥ ବିଭାଗକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ଦଳର ଉଦୀୟମାନ ଖେଳାଳି ଆଲୋକ କୁମାର ମହାରଣା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୦ଟି ଦଳ ଭାଗ ନେଇଥିବାବେଳେ ୭୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।

ଅମିତ ମହାପାତ୍ରଙ୍କ ନେତୃତ୍ୱରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦଳ ଭାଗ ନେଇଥିଲା । ଦଳରେ ଶୁଭ୍ରଜିତ ମଲ୍ଲିକ, ଆଲୋକ ମହାରଣା, ଶିବାନନ୍ଦ ବେହେରା, ନିହାର ରଞ୍ଜନ ଘଡ଼େଇ, ଅଜୟ ନିଆଳ, ତ୍ରିଲୋଚନ ବାରିକ, ସୌରଭ ପ୍ରଧାନ, ରଘୁନାଥ ପରିଡ଼ା, ସୁକାନ୍ତ ସାହୁ, ଗଣେଶ ଭୋଇ ଉଚ୍ଚକୋଟୀର ପ୍ରଦର୍ଶନ କରି ବିଭାଗ ପାଇଁ ଗୌରବ ଆଣିଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ମୌସୁମୀ ଦାଶ ସଂଯୋଜନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.