ଆସନ୍ତା ୧୯ରୁ ଭିତରକନିକାରେ ଦିନ ବେଳା ବୁଲିବାକୁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି

Published By : Prameya-News7 Bureau | October 17, 2020 IST

ପଟ୍ଟାମୁଣ୍ଡାଇ ୧୭।୧୦: ଆସନ୍ତା ୧୯ତାରିଖଠାରୁ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନେ ଦିନ ବେଳା ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

{"id":345818,"sizeSlug":"large"}

କିନ୍ତୁ ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ୍ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷା ପ୍ରତି ଯତ୍ନ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର ।

{"id":345820,"sizeSlug":"large"}

ତେବେ ଦୀର୍ଘ ୭ ମାସ ପରେ ବନ୍ଦ ଥିବା ଭିତରକନିକାରେ ଗତ ୧ ତାରିଖଠାରୁ ମାତ୍ର ୩୬ ଜଣ ପର୍ଯ୍ୟଟକ ଏବଂ ରାତ୍ରୀ ଯାପନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ବୁଲିପାରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଦ୍ବାରା ଦିନ ବେଳା ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ ।

{"id":345821,"sizeSlug":"large"}

ତେବେ ଆସନ୍ତା ୧୯ତାରିଖରେ ଏହି ନିୟମ ପରିବର୍ତ୍ତନ କରାଯିବା ସହିତ ସର୍ବାଧିର ୫ଶହ ଯାତ୍ରୀ ପ୍ରବେଶ କରିପାରିବେ ବୋଲି ଆଉ ଥରେ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.