ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20/03/2023 at 5:34 PM

ପୁରୀ ୨୦।୩: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ବୁଡି ଯାଉଥିବା ବେଳେ ଜଣେ ପର୍ଯ୍ୟଟକ ଉଦ୍ଧାର । ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ଗଇଗଟା ରାମଚନ୍ଦ୍ରପୁର ଅଞ୍ଚଳର ମଣ୍ଟୁ ଗୋସସ୍ ।
ପଶ୍ଚିମବଙ୍ଗ ଗଇଗଟା ରାମଚନ୍ଦ୍ରପୁର ଅଞ୍ଚଳର ମଣ୍ଟୁ ଗୋସସ୍ ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯାଇଥିଲା । ଫଳରେ ସେ ସମୁଦ୍ରରେ ବୁଡି ଯାଉଥିଲେ । ସଂକୃକ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ ।