ପାହାଡ ବୁଲିବାକୁ ଯାଇ ପର୍ଯ୍ୟଟକ ନିଖୋଜ, ବନବିଭାଗ ଓ ଥାନାଧିକାରୀଙ୍କ ଦ୍ବାରା ଖୋଜାଖୋଜି ଜାରି

Published By : Prameya-News7 Bureau | February 12, 2020 IST

ନୀଳଗିରି ୧୨।୦୨ :  ପଞ୍ଚଲିଙ୍ଗେଶ୍ବର ପାହାଡ ବୁଲିବାକୁ ଆସି ପର୍ଯ୍ୟଟକ ନିଖୋଜ । ବାଲେଶ୍ବର ଜିଲ୍ଲା ନୀଳଗିରୀ କୁଲଡିହା ଅଭୟାରଣ୍ୟରେ ଥିବା ପଞ୍ଚଲିଙ୍ଗେଶ୍ବର ପାହାଡ ବୁଲିବାକୁ ଆସି ନିଖୋଜ ହୋଇଛନ୍ତି । ନିଖୋଜ ପର୍ଯ୍ୟଟକ ଅରିନ୍ଦମ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କଲ୍ୟାଣୀ ଗାଁରେ ବୋଲି ଜଣାପଡିଛି ।  ନୀଳଗିରି ଥାନା ଓ ସ୍ଥାନୀୟ ଫରେଷ୍ଟରରେ ଖବର ଦିଆଯାଇଛି ।

{"id":223487,"sizeSlug":"large"}


ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ କଲ୍ୟାଣୀ ଗାଁରୁ ଅରିନ୍ଦମ ନିଜ ସ୍ତ୍ରୀ ଟୁମ୍ପା ମୁଖାର୍ଜୀ ଏବଂ ପୁଅ ସୌରଦୀପ (୧୦) , ବନ୍ଧୁ ସୌରଭ ନାଥ ଏବଂ ବନ୍ଧୁଙ୍କ ପତ୍ନୀ ରିପୁଲ ଦାସଙ୍କ ସହ ପଞ୍ଚଲିଙ୍ଗେଶ୍ବର ବୁଲିବାକୁ ଆସିଥିଲେ । ଦୁଇ ପରିବାର ଏଠାରେ ପହଞ୍ଚିବା ପରେ ଗୁରୁଶକ୍ତି ନାମକ ଏକ ହୋଟେଲେ ରହିଥିଲେ । ମଙ୍ଗଳବାର ସକାଳ ୯ଟା ସମୟରେ ଅରିନ୍ଦମ ଅନ୍ୟ 4 ଜଣଙ୍କୁ ସାଥିରେ ନେଇ ପଞ୍ଚଲିଙ୍ଗେଶ୍ବର ପୀଠକୁ ବୁଲି ଯାଇଥିଲେ ।

{"id":223488,"sizeSlug":"large"}

ଅରିନ୍ଦମ ଅନ୍ୟମାନଙ୍କୁ  ନେଇ ପାହାଡ ଉପରେ ବୁଲାଇବାକୁ ନେଇଥିଲେ । ଘଞ୍ଚ ଜଙ୍ଗଲ ବୁଲିସାରିବା ପରେ ସେମାନେ ପାହାଡ ତଳକୁ ଓହ୍ଲାଉଥିବା ବେଳେ ହଠାତ ଅରିନ୍ଦମ ନିଖୋଜ ହୋଇ ଯାଇଥିଲେ ।  ହୋଟେଲ ମାଲିକ ଶରତ ଚନ୍ଦ୍ର ରାଉତଙ୍କ ଠାର ପହଂଚିବା ପରେ ସେ ଫରେଷ୍ଟର ଏବଂ ଥାନାକୁ ଖବର ଦେବା ସହିତ ୧୦ ଜଣ ରୁ ଅଧତ୍କ ଲୋକଙ୍କୁ ସାଥିରେ ନେଇ ଜଙ୍ଗଲ ମଧ୍ୟକୁ ଅରିନ୍ଦମକୁ ଖୋଜିବା ଉଦ୍ଦେଶ୍ୟରେ ଯାଇ ନିରାଶ ହୋଇଫେରିଥିଲେ । ହୋଟେଲରେ ଅରିନ୍ଦମଙ୍କ ସ୍ତ୍ରୀ ଓ ପୁଅଙ୍କ ସମେତ ବନ୍ଧୁ ରହିଥିବା ବେଳେ ବୁଧବାର ସକାଳୁ ଅରିନ୍ଦମକୁ ଖୋଜାଖୋଜି କରାଯିବା ନେଇ ସୁଚନା ମିଳିଛି । ଜଙ୍ଗଲରେ ବାରାହା, ହାତୀ, ବାଘ, ଭାଲୁ ଭଳି ହିଂସ୍ର ଜୀବ ରହିଥିବାରୁ ନିଖୋଜଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.