ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ କାର କାଚ ଭାଙ୍ଗି ପର୍ଯ୍ୟଟକଙ୍କ ଠାରୁ ଲୁଟ
14/10/2018 at 1:39 PM

କୋଣାର୍କ ୧୪/୧୦ : ପର୍ଯ୍ୟଟକଙ୍କ ଠାରୁ ଲୁଟ | ପୁରୀ କୋଣାର୍କ ବେଳାଭୂମୀରେ ପର୍ଯ୍ୟଟକଠାରୁ ଲୁଟ ହୋଇଛି | କାର୍ କାଚ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ | ୫୦ ହଜାର ଟଙ୍କା ସହ ଲାପଟପ୍ ଲୁଟିନେଇଛନ୍ତି ଦୁର୍ବୁର୍ତ୍ତ | ପର୍ଯ୍ୟଟକ ଜଣଙ୍କ ଗୁଜୁରାଟ ଅଞ୍ଚଳର ଡ,ମୁକେଶ ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ, ସେ ଏକ କନଫରେନ୍ସରେ ଯୋଗ ଦେବାକୁ ଓଡିଶା ଆସିଥିଲେ | ରାସ୍ତାକଡରେ ଗାଡି ପାର୍କ କରି ଗାଧୋଉଥିବା ବେଳେ ଲୁଟ୍ କରିଛନ୍ତି ଦୁର୍ବୁର୍ତ୍ତ | କୋଣାର୍କ ରାମଚଣ୍ଡୀ ଥାନାରେ ଡ,ମୁକେଶ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |
Related Posts
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023