ମା ତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ବସ୍ରୁ ଖସି ପର୍ଯ୍ୟଟକ ମୃତ
25/01/2023 at 10:18 PM

ଆନନ୍ଦପୁର: ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ । ଚଳନ୍ତା ବସ୍ ରୁ ଖସି ପଡ଼ି ଜଣେ ମୃତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିର୍ସା ମୁଣ୍ଡା ଛକ ନିକଟରେ ।
ଭୁବନେଶ୍ୱର ଫୁଲନଖରା ଅଞ୍ଚଳର କିଛି ପର୍ଯ୍ୟଟକ ମା ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ୨୦ ନଂ ଜାତୀୟ ରାଜପଥ ବିର୍ସା ମୁଣ୍ଡା ଛକ ନିକଟରେ ଚଳନ୍ତା ବସରୁ ଜଣେ ପର୍ଯ୍ୟଟକ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ବସ ଯୋଗେ ତାଙ୍କୁ ଘରକୁ ନେଇଯାଉଥିବା ବେଳେ ଖବର ପାଇ ଘସିପୁରା ପୋଲିସ ହସନପୁର ଟୋଲ ଗେଟ ନିକଟରେ ଗାଡ଼ି କୁ ଅଟକ ରଖିବା ସହିତ ମୃତ ବ୍ୟକ୍ତିଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023