ରାସ୍ତାକଡକୁ ଓଲଟିଲା ବସ୍ : ୫ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | November 06, 2019 IST

ନୟାଗଡ ୬।୧୧:  ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବଡପୁଟ ନିକଟରେ ସଡକ ଦୁର୍ଘଟଣା ଘଟିଛି ।   ଦୁର୍ଘଟଣାରେ ୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":179770}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବସ୍‌ଟି  ତୀର୍ଥ ଯାତ୍ରା ସାରି ସମସ୍ତ ଯାତ୍ରୀଙ୍କୁ ନେଇ ଘରକୁ ଫେରିଥିଲା । ରାସ୍ତାରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସ୍ ରାସ୍ତା କଡ଼କୁ ବସ୍ ଟି ଓଲଟି ପଡିଥିଲା । ସମସ୍ତ ଆହତଯାତ୍ରୀଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.