ଭୁବନେଶ୍ବର ୧୧।୨: କୋଣାର୍କରେ କାରୁକାର୍ଯ୍ୟ ପଥର କାଢି ସାଧାରଣ ପଥର ଲାଗିବା ପ୍ରସଙ୍ଗରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏନେଇ ପୂର୍ବରୁ ସଂସ୍କୃତି ମନ୍ତ୍ରୀ, କେନ୍ଦ୍ର ସଚିବ ଓ ଏଏସଆଇକୁ ନେଇ ଉଚ୍ଚସ୍ତରୀୟ ବୈଠକ ହେଇଥିଲା । ସେମାନେ କୌଣସି ବିପଦ ନଥିବା କଥା କହିଥିଲେ । ପଥର ଓ ଲୁହା ଭାରକୁ ଶିକୁଳି ମୁକ୍ତ କରାଯାଇଛି । ସେହିପରି ସାଧାରଣ ପଥର ଲାଗିଛି ।
ବହୁ ପୂର୍ବରୁ ଏହି ସାଦା ପଥର ଲାଗିଛି ବୋଲି ଏଏସଆଇ କହିଛି । ଏହା ଜାତୀୟ ସଂରକ୍ଷଣ ନୀତି (NCP) ଅନୁସାରେ ଲାଗିଛି । କେତେ କାରୁକାର୍ଯ୍ୟ ପଥର ବାହାରିଛି ଆମ ପାଖରେ କୌଣସି ହିସାବ ନାହିଁ । ଏଏସଆଇ ସହ ଆମେ ଆଲୋଚନା କରିବୁ । କେତେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଅଛି ତାହା ଏଏସଆଇ କହିପାରିବ । ଏନେଇ ଆମ ପାଖରେ କୌଣସି ରିପୋର୍ଟ ନାହିଁ । ଆଗକୁ ଏଏସଆଇ ସହିତ ଆଲୋଚନା କରିବୁ ବୋଲି ସଂସ୍କୃତି ସଚିବ କହିଛନ୍ତି ।