Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

୨୦୧୯ ପରେ କରୋନା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି, ଆସନ୍ତା ଆର୍ଥିକ ବର୍ଷରେ ୫୭୪କୋଟି ଟଙ୍କା ବ୍ୟୟ ବରାଦ ହେବ : ପର୍ଯ୍ୟଟନ ମନ୍ତ୍ରୀ

2/07/2022 at 1:08 PM

ଭୁବନେଶ୍ବର ୨।୭: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତା ସୁରେନ୍ଦ୍ର ନାଥ କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କମ୍ୟୁନିଷ୍ଟ ଦଳ ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ସୁରୁଖୁରୁରେ ଚାଲିଥିଲା ବିଧାନସଭାର ପ୍ରଶ୍ନକାଳ । ପ୍ରଶ୍ନକାଳରେ ରାଜ୍ୟରେ ପର୍ଯ୍ୟଟନ ବିକାଶ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଶାସକ ଦଳ ସଦସ୍ୟ ଦେବୀ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କଥା ଉଠାଇଥିଲେ ।

ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଥିଲେ, ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଆମେ ଠିକଣା ଢଙ୍ଗରେ ଓ ଠିକଣା ସମୟରେ କରି ପାରୁନାହେଁ । ଯେଉଁଥି ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେମିତି ଅଭିବୃଦ୍ଧି ହେବା କଥା ହୋଇ ପାରୁନାହିଁ । ବ୍ୟୟ ବରାଦ ହୋଇଥିବା ଅର୍ଥ ରାଶି ଖର୍ଚ୍ଚ ହେଉନାହିଁ । ଗୋଆ ଭଳି ରାଜ୍ୟ ବର୍ଷା ଦିନିଆ ପର୍ଯ୍ୟଟନ କ୍ଷେତ୍ରକୁ ସେଲ୍ କରୁଛନ୍ତି । ମାତ୍ର ଓଡ଼ିଶାରେ ତାକୁ ଗୁରୁତ୍ବ ଦିଆଯାଉନାହିଁ । ମୁଁ କାହାକୁ ଦୋଷାରୋପ କରିବାକୁ ଚାହୁଁନି । ମାତ୍ର ବିଭାଗ ଯେଉଁ କାର୍ଯ୍ୟ କରୁଛି ତାହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଥିଲେ, ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଛି । ପର୍ଯ୍ୟଟନ ବିକାଶ ଲାଗି ଲିଟେରଚର ପ୍ରକାଶ ପାଇବା ଦରକାର । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ।

ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ୨୦୧୯ ପରେ କୋଭିଡ୍ ଯୋଗୁଁ ରାଜ୍ୟକୁ ପର୍ଯ୍ୟଟକମାନେ ଆସିବା କମିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts