ଜି-୨୦ରେ ପିଏମ ଟ୍ରୁଡୋ ଏବଂ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ କଥା କଟାକଟି, ଦେଖନ୍ତୁ ହଟ୍-ଟକ୍‌ର ଭିଡିଓ

Published By : Prameya-News7 Bureau | November 16, 2022 IST

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଡ୍ରୁଡୋ ଏବଂ ଚୀନ ରାଷ୍ଟ୍ରପତ ସି ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି ହୋଇଛି । ହଟ୍-ଟକ୍‌ର ଏହି ଘଟଣା କ୍ୟାମେରାରେ କଏଦ ହୋଇଛି । ଖବର ଅନୁସାରେ, ଦୁଇ ବିଶ୍ୱ ନେତା ନଭେମ୍ୱର ୧୫ରେ ସାକ୍ଷାତ କରିଥିଲେ । ଏହି ସମୟରେ ଦୁଇଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ବିଷୟ ମିଡିଆକୁ ଆସିବା ନେଇ ଜିନପିଙ୍ଗ ରାଗି ଯାଇଥିଲେ । ଏହାପରେ ଗୋଟିଏ ଅଧିବେଶନ ଟ୍ରୁଡୋଙ୍କୁ ଭେଟିବା କ୍ଷଣି ଜିନପିଙ୍ଗ ନିଜ ଅସନ୍ତୋଷ ଝାଡିଥିଲେ । ସି କହିଥିଲେ, ମିଡିଆକୁ ସବୁ ସୂଚନା ଦେବା ଠିକ୍ ନୁହେଁ ।

ରିପୋର୍ଟ ଅନୁସାରେ ଜିନପିଙ୍ଗ କହିଛନ୍ତି, ଦୁହିଁଙ୍କ ମଧ୍ୟର ଆଲୋଚନାର ବିଷୟ କାନାଡା ପିଏମଓ ଗଣମାଧ୍ୟମକୁ ଜଣାଇଛି । ଏହା ଠିକ୍ ନୁହେଁ । ଯେଉଁପରି ଭାବେ ଏହି ଆଲୋଚନା ହୋଇଛି ତାହା ମଧ୍ୟ ଠିକ୍ ନୁହେଁ । ଏହାସହ କାନାଡା ପିଏମକୁ ଚେତାବନୀ ଦେଇ ଏହାର ପରିମାଣ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଜିନପିଙ୍ଗ କହିଛନ୍ତି ।

wp:html /wp:html

ଉଲ୍ଲେଯୋଗ୍ୟ ଯେ, ଏହା ପୂର୍ବରୁ ନଭେମ୍ୱର ୧୫ରେ ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ସମୟରେ ଟ୍ରୁଡୋ ଚୀନ ରାଷ୍ଟ୍ରପତିଙ୍କୁ ସ୍ପଷ୍ଟ କରି କହିଥିଲେ ଯେ,କାନାଡାର ରାଜନୀତିରେ ଚୀନ ହସ୍ତକ୍ଷେପ କରୁଥିବାର ଗମ୍ଭୀର ଅଭିଯୋଗ ରହିଛି। ଏବା ଠିକ୍ ନୁହେଁ। ଏହା ପୂର୍ବରୁ କାନାଡାର ୨୦୧୯ ନିର୍ବାଚନରେ ଚୀନ ଦଖଲ ଦେଉଥିବା ଅଭିଯୋଗ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.