ଶୁକ୍ରବାର ହେଉ ସରକାରୀ ଛୁଟି; ମଣିପୁର ଛାତ୍ର ସଂଗଠନର ଦାବିକୁ ସରକାରଙ୍କ ଅଗ୍ରାହ୍ୟ

Published By : Prameya-News7 Bureau | October 29, 2023 IST

ଇମ୍ଫାଲ,୨୯/୧୦: ମଣିପୁରରେ ରବିବାର ପରିବର୍ତ୍ତେ ଶୁକ୍ରବାର ମିଳୁ ସରକାରୀ ଛୁଟି । ଏନେଇ ମଣିପୁର ଛାତ୍ର ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଦାବି ପତ୍ର ଦେଇଛନ୍ତି । ଘୋଷଣା ନେଇ ଅକ୍ଟୋବର ୨୬ ତାରିଖରେ ଏକ ବୟାନ ମଧ୍ୟ ଜାରି କରିଥିଲେ । ଚୁରାଚାନ୍ଦପୁରର ଯୁଗ୍ମ ଛାତ୍ର ସଙ୍ଗଠନ ଲିଫ୍‌ଲେଟ୍‌ ବାଣ୍ଟି ଶୁକ୍ରବାର ସରକାରୀ ଛୁଟି ପାଇଁ ଦାବି କରିଥିଲେ । ଯାହାକୁ ସରକାର ପକ୍ଷରୁ ଆଗ୍ରହ୍ୟ କରାଯାଇଛି ।  

ସୂଚନା ମୁତାବକ, ସେମାନେ ଠିକ୍‌ ଭାବେ ପାଠ ପଢ଼ିବାକୁ ଚାହୁଁଛନ୍ତି । ଏଥିଲାଗି ଏକ ସଂକଳ୍ପ ପ୍ରସ୍ତୁତ ହୋଇଛି । ଏହା ଅନୁସାରେ ସରକାରୀ ଓ ଘରୋଇ ସଂସ୍ଥାନ ଏବଂ ସ୍କୁଲଗୁଡ଼ିକରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ରଖିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅକ୍ଟୋବର ୨୭ରେ ରାଜ୍ୟର ମୁଖ୍ୟ ସଚିବ ବିନୀତ ଯୋଶୀ ଛାତ୍ର ସଙ୍ଗଠନର ଏଭଳି ନୋଟିସ୍‌କୁ ଅବୈଧ ଘୋଷଣା କରିଥିଲେ । ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଏଭଳି କରାଯାଉଛି ବୋଲି କହିଛନ୍ତି । ରାଜ୍ୟବାସୀ ଏମାନଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ । ଅନ୍ୟପକ୍ଷରେ ମଣିପୁର ପୋଲିସ ଅକ୍ଟୋବର ୨୭ରେ ଦାଦାବଟି ଜବରଦସ୍ତ ଅସୁଲି କରୁଥିବା କେସିପି ସଙ୍ଗଠନର ୫ ସକ୍ରିୟ ସଦସ୍ୟଙ୍କୁ ଧରିଛି ।

wp:embed {"url":"https://www.prameyanews7.com/delhi-air-pollution-firecrackers-major-causes-government-ban-firecrackers-selling/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-air-pollution-firecrackers-major-causes-government-ban-firecrackers-selling/
/wp:embed

ପୋଲିସ ମୁତାବକ, ବିଷ୍ଣୁପୁର, କାକଚିଙ୍ଗ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାର ସୀମାଞ୍ଚଳରେ ସୁରକ୍ଷା ବଳ ତଲାସୀ ଅଭିଯାନ ଚଳାଇଥିଲା । ଏମାନଙ୍କଠାରୁ ଗୋଳାବାରୁଦ, ୫ଟି ମୋବାଇଲ ଫୋନ୍‌, ୧ ବନ୍ଧୁକ, ୱାର୍‌ ଡ୍ରେସ୍‌, ଜଙ୍ଗଲ ବୁଟ୍‌, ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ୨୦୯୦ ଟଙ୍କା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.