Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ସୁଦ୍ଧା ମୋଟ୍ ୯ ଶହ ସେତୁ ନିର୍ମାଣ ସରିବ : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

29/05/2023 at 3:51 PM

ଭୁବନେଶ୍ବର ୨୯।୫: ୨୦୧୯ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଏବଂ ସଚିବଙ୍କ ସୂଚନା । ବିଜୁ ସେତୁ ଯୋଜନାରେ ୭ଶହ ୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬ଶହ ୭୯ଟି ସେତୁ ନିର୍ମାଣ ସରିଛି । ୨୦୨୪ ସୁଦ୍ଧା ମୋଟ୍ ୯ଶହ ସେତୁ ନିର୍ମାଣ ସରିବ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩ ହଜାର କିଲୋମିଟର ସଡ଼କ ନିର୍ମାଣ ପ୍ରସ୍ତାବ ରହିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୬ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି । ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମାମୁକ୍ତ ରାସ୍ତା ଏବଂ ଗମନାଗମନ ସୁନିଶ୍ଚିତ କରିବା ପାଇଁ ୫୦ ହଜାର କିଲୋମିଟର ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି ।

   Related Posts