ଦେଶରେ ୩୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ରୋଗୀ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୧।୫: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଛି । ଦେଶରେ ମୋଟ୍ ରୋଗୀଙ୍କ ସଂଖ୍ୟା ୩୩ ହଜାର ୬୧୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୮ ହଜାର ୩୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ କରୋନା ଭାଇରସ୍ ଯୋଗୁଁ ସଂକ୍ରମିତ ହୋଇ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ମହାରାଷ୍ଟ୍ର ଏବଂ ଗୁଜୁରାଟରେ ମଧ୍ୟ ଅସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରାୟ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ଲକ୍ ଡାଉନ୍-୨ ଶେଷ ହେବାକୁ ମାତ୍ର ୨ ଦିନ ବାକି ଅଛି । କିନ୍ତୁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ହେଉନାହିଁ କିମ୍ବା ମୃତ୍ୟୁ ସଂଖ୍ୟା ମଧ୍ୟ କମିନାହିଁ । ମହାରାଷ୍ଟ୍ରରେ, ଯେଉଁଠାରେ ରୋଗୀଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଛି, ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଅଧିକ । ମହାରାଷ୍ଟ୍ର ପରେ ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ କରୋନା ଅଧିକ ପ୍ରଭାବିତ ହୋଇଛି।

ଏସିଆର ସବୁଠୁ ବଡ ପନିପରିବା ବଜାର ଆଜାଦପୁର ଧୀରେ ଧୀରେ କରୋନା ବଜାରରେ ପରିଣତ ହେଉଛି । ପ୍ରାୟ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ଆଜାଦପୁର ମଣ୍ଡିରୁ ଜଣେ ବ୍ୟବସାୟୀ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା । ଯାହା ପରେ ମଣ୍ଡିରେ କରୋନା ପୀଡିତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଆଜାଦପୁର ମଣ୍ଡିରୁ ଆଉ ୪ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି । ଫଳରେ ମଣ୍ଡିରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

ବର୍ତ୍ତମାନ ପଞ୍ଜାବରେ କରୋନା ଅମରିନ୍ଦର ସରକାରଙ୍କ ଟେନସନକୁ ବୃଦ୍ଧି କରିଛି । ମହାରାଷ୍ଟ୍ରର ନନ୍ଦେଡର ଶ୍ରୀ ହାଜୁର ସାହେବ ଗୁରୁଦ୍ବାରରୁ ପଞ୍ଜାବକୁ ଆଣାଯାଇଥିବା ଭକ୍ତମାନେ ବର୍ତ୍ତମାନ ସରକାରଙ୍କ ପାଇଁ ଏକ ସମସ୍ୟା ପାଲଟିଛନ୍ତି । ପ୍ରାୟ ୩ ହଜାର ଭକ୍ତଙ୍କୁ ନନ୍ଦେଡରୁ ପଞ୍ଜାବକୁ ଅଣାଯାଇଛି । ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୧୪୮ ଜଣ କରୋନା ପଜିଟିଭ୍ ମିଳିଛନ୍ତି । ପଞ୍ଜାବରେ ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନ ମଧ୍ୟରେ ୧୦୦ରୁ ଅଧିକ ପଜିଟିଭ ମାମଲା ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.