scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାନ୍ଦି ମେଢ କ୍ଲବରେ ଯୋଡି ହେଲା ଆଉ ଏକ ପୂଜା କମିଟି, ମହମ୍ମଦିଆ ବଜାର କରୁଛି ପ୍ରଥମ ଚାନ୍ଦି ମେଢ

27/09/2023 at 3:17 PM

କଟକ ୨୭।୦୯ : ରୌପ୍ୟ ନଗରୀର ଚାନ୍ଦି ମେଢ଼ କ୍ଲବରେ ଯୋଡ଼ି ହୋଇଛି ଆଉ ଏକ ପୂଜା କମିଟି। କଟକର ମହମ୍ମଦିଆ ବଜାର ପୂଜା କମିଟି ତିଆରି କରୁଛି ଏହାର ପ୍ରଥମ ଚାନ୍ଦି ମେଢ଼। ପୂଜା ପାଇଁ ଆଉ ମାତ୍ର ଏକ ମାସରୁ କମ୍ ସମୟ ଥିବାରୁ ଆରମ୍ଭ ହୋଇଯାଇଛି ଚାନ୍ଦି ମେଢ଼ ନିର୍ମାଣର ପ୍ରସ୍ତୁତି। ରୂପା ତାରକସି  ଆଉ ଏକ ଝଲକ ଦେଖାଇବା ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି ପୂଜା କମିଟି ର ସଦସ୍ୟ ମାନେ।

ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ସିଲଭର ସିଟିର ପ୍ରତ୍ୟକଟି ଦୁର୍ଗା ପୂଜା ମଣ୍ଡପ । ପାର୍ବଣକୁ ନେଇ  ଉତ୍ସବ ମୁଖର ହୋଇ ଉଠିବ ସିଲଭର ସିଟି କଟକ । ଏଭଳି ସ୍ଥିତିରେ କଟକ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଚାନ୍ଦିମେଢର ସଫେଇ କାର୍ଯ୍ୟ ସହ ମୁରଣ୍ମୟ ମୂର୍ତ୍ତିର ପ୍ରସ୍ତୁତି । ସବୁଠାରୁ ବଡ଼ କଥା ହେଉଛି  ଚଳିତ ବର୍ଷ ସିଲଭର ସିଟି କଟକରେ ଆଉ ୪ଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ୨୮ ପୂଜା କମିଟିରେ ଚାନ୍ଦି ମେଢରେ ମା ଦୁର୍ଗା ପୂଜା ପାଉଥିବା ବେଳେ ଏବେ ଏହା ବଢି ଚାନ୍ଦି ମେଢ଼ ସଂଖ୍ୟା ୩୨ରେ ପହଞ୍ଚିଛି । ଏହି ନୂଆ ଚାନ୍ଦି ମେଢ଼ ମଧ୍ୟରେ ସାମିଲ ଅଛି ମହମ୍ମଦିଆ ବଜାର ପୂଜା କମିଟି । ପ୍ରଥମ ଥର ପାଇଁ ଚାନ୍ଦି ମେଢ଼ ନିର୍ମାଣ କରିଛନ୍ତି ଏହି ପୂଜା କମିଟି ।

ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି। ଏହାକୁ ସଂପୂର୍ଣ୍ଣ ଫିଟିଂ କରିବା ପାଇଁ ପାଖାପାଖି ଦେଢ଼ କୋଟି ଟଙ୍କାର ଖର୍ଚ୍ଚ ହୋଇଥିବା କଥା କହିଛନ୍ତି  ପୂଜା କମିଟିର ମୂରବୀ । ଯେହେତୁ କଟକ ଦଶହରା ନାମ ଆସିଲେ ଚାନ୍ଦି ମେଢ଼ର କଥା ପ୍ରଥମେ ଆସିଥାଏ ତେଣୁ ଏହାକୁ ଦୃଷ୍ଟି ରେ ରଖି ମହମ୍ମଦିଆ ବଜାର ପୂଜା କମିଟି ପକ୍ଷରୁ ୨୦୧୬ମସିହାରୁ ଚାନ୍ଦି ମେଢ଼ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ ଦୁଇବର୍ଷରେ ଟିକେ ମେଢ଼ ତିଆରି ପ୍ରକ୍ରିୟାରେ ବାଧା ହୋଇଥିଲା। କିନ୍ତୁ ଚଳିତ ବର୍ଷ ସଂପୂର୍ଣ୍ଣ ନିର୍ମାଣ କରାଯାଇଛି। ପୂର୍ବରୁ ଜରି ମେଢ଼ରେ ମାଆ ପୂଜା ପାଉଥିବା ବେଳେ ଚଳିତବର୍ଷ ଚାନ୍ଦି ମେଢ଼ରେ ପୂଜା ପାଇବେ । ସେହିଭଳି ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥିବା ବେଳେ ନବ ନିର୍ମିତ ମେଢର ଚାନ୍ଦି ଅଂଶ  ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କଟକରେ ଅନ୍ୟ ଚାନ୍ଦି ମେଢ଼ ଭଳି ମହମ୍ମଦିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ମୁଖ୍ୟ ଚାନ୍ଦି କାରିଗର କହିଛନ୍ତି।

ଅନ୍ୟପଟେ ପୂଜା ପାଇଁ ମାଆଙ୍କ ମୃଣ୍ମୟମୂର୍ତ୍ତି ପାଇଁ ନଡ଼ା ବନ୍ଧା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି। ମୂର୍ତ୍ତି କାରିଗର ମାନେ ଏହାକୁ ନିର୍ମାଣ କରିବାରେ ଲାଗି ପଡିଛନ୍ତି । ପୂର୍ବରୁ ଉତ୍ତର ମହମ୍ମଦିଆ ବଜାର ଓ ଦକ୍ଷିଣ ମହମ୍ମଦିଆ ବଜାର ପୂଜା କମିଟିରେ ହରପାର୍ବତୀ ପୂଜା ପାଉଥିବା ବେଳେ ପରେ ଦୁଇଟି ସାହି ଏକାଠି ହେବା ପରେ ମା ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଯେହେତୁ ଏହି ସାହିରେ ସୁନା କାରିଗର ମାନଙ୍କର ସଂଖ୍ୟା ଅଧିକ ରହିଛି । ତେଣୁ ଚାନ୍ଦି ମେଢ଼ ତିଆରି କରିବା ପାଇଁ ପୂର୍ବରୁ ପରିକଳ୍ପନା କରାଯାଇଥିଲା ବୋଲି କହିଛନ୍ତି ସାହିର ଅଧିକାରୀ ଓ ଯୁବକ ସଂଘର ସଦସ୍ୟ ମାନେ। ଆସନ୍ତା ଅକ୍ଟୋବର ମାସ ୧୮ ତାରିଖରେ ମହମ୍ମଦିଆ ବଜାର ପୂଜା କମିଟି ନବ ନିର୍ମିତ ଚାନ୍ଦି ମେଢ଼ର ଶୁଭ ଉଦ୍‌ଘାଟନ କରିବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

   Related Posts