ତିତ୍‌ଲି ପ୍ରଭାବରେ ମୋଟ୍ ୨୬ ଜଣଙ୍କର ମୃତ୍ୟୁ ହୋଇଛି :ଏସଆରସି

Published By : Prameya-News7 Bureau | October 16, 2018 IST

ଭୁବନେଶ୍ବର୧୬|୧୦: ତିତ୍‌ଲି ପ୍ରଭାବରେ ମୋଟ୍ ୨୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି । ମୁଖ୍ୟ ରିଲିଫ କମିସନର ଆଜି ଏହି ସୂଚନା ପ୍ରଦାନ କରିଛନ୍ତି । କ୍ଷୟକ୍ଷତି ନେଇ ଆସନ୍ତାକାଲି ପ୍ରାଥମିକ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି । କେବଳ  ଗଜପତିରେ ୧୮ଜଣ କଟକରେ -ଜଣେ, ଅନୁଗୋଳରେ-ଜଣେ, ଗଞ୍ଜାମରେ -୩ଜଣ, କନ୍ଧମାଳରେ ଜଣେ, କେନ୍ଦୁଝରରେ ଜଣେ ଓ ନୟାଗଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି ।ତେବେ ବେସରକାରୀ ଭାବେ ଏହି ମୃତ୍ୟୁ ସଂଖ୍ୟା ୫୦ରୁ ଅଧିକ ବୋଲି କୁହାଯାଉଛି । ଗତ କାଲି ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ତିତଲିରେ ଜିଲ୍ଲାରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀଭାବେ ଆକଳନ କରାଯାଇଛି । ସରକାରୀ ହିସାବ ଅନୁସାରେ ତିତଲିରେ ୧୬ଟି ଜିଲ୍ଲାର ୧୪୪ ବ୍ଲକ ଏବଂ ୭ ହଜାର ୪୦୨ଟି ଗାଁ ପ୍ରଭାବିତ ହୋଇଛି ।ସେହିଭଳି ସମୁଦାୟ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।ସମୁଦାୟ ୧ ଲକ୍ଷ ୪୮ ହଜାର ଏକର ଧାନ ଜମି ନଷ୍ଟ ହୋଇଛି । ଏହାସହ ୬୫ ହଜାର ଏକର ଅନ୍ୟାନ୍ୟ ଚାଷ ଜମି ନଷ୍ଟ ହୋଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.