suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଇପିଏଲ-୨୦୨୦ରେ ଟସ୍ ଜିତିବା ପାଲଟିଛି ଅଭିଶାପ, ଜାଣନ୍ତୁ କାହିଁକି…

27/09/2020 at 5:16 PM

ଦୁବାଇ, ୨୭|୦୯: କ୍ରିକେଟର ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସଦାବେଳେ ଯେକୌଣସି ଦଳର ଅଧିନାୟକ ଟସ୍ ଜିତିବା ପାଇଁ ଚାହିଁଥାନ୍ତି । ଫଳରେ ପିଚ୍ ଅନୁସାରେ ବ୍ୟାଟିଂ କିମ୍ବା ଫିଲ୍ଡିଂ ବାଛିବାର ବିକଳ୍ପ ମିଳିଥାଏ । କିନ୍ତୁ ଚଳିତ ଥର ଆଇପିଏଲରେ ଟସ୍ ଜିତିବା ଅଭିଶାପ ପାଲଟିଛି । ଅଧିନାୟକମାନେ ଟସ୍ ଜିତିବା ପରେ ପସିଯାଉଥିବା ଭଳି ଲାଗୁଛି । ଏଠାରେ ଟସ୍ ଜିତିବା ଅର୍ଥ ମ୍ୟାଚ୍ ହାରିବା । ଏବେ ଲଗାତର ୭ଟି ମ୍ୟାଚରେ ଟସ୍ ଜିତିଥିବା ଦଳ ମ୍ୟାଚ୍ ହାରିଛି ।

ଆଇପିଏଲରେ ପ୍ରଥମ ମ୍ୟାଚକୁ ଛାଡିଦେଲେ ଅନ୍ୟ ସବୁ ମ୍ୟାଚରେ ଟସ୍ ଜିତିବା ଅଧିନାୟକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଏବେ ସୁଦ୍ଧା ଖେଳାଯାଇଥିବା ୮ଟି ମ୍ୟାଚରୁ ୭ଟି ମ୍ୟାଚରେ ସେହି ସବୁ ଦଳକୁ ବିଜୟ ମିଳିଛି ଯେଉଁମାନେ ଟସ୍ ହାରିଛନ୍ତି । ଅର୍ଥାତ ଆଇପିଏଲରେ ଟସ୍ ହାରିବା ଶୁଭ ସଙ୍କେତ । ବିରାଟ କୋହଲିଙ୍କଠୁ ଆରମ୍ଭ କରି ମହେନ୍ଦ୍ର ସିଂ ଧୋନୀ, କେଏଲ ରାହୁଲ, ଡେଭିଡ୍ ଓ୍ୱାର୍ଣ୍ଣର ପର୍ଯ୍ୟନ୍ତ ସବୁ ଅଧିନାୟକ ଟସ୍ ଜିତି ମ୍ୟାଚ୍ ହାରିଛନ୍ତି । କେବଲ ଧୋନୀ ଥରଟିଏ ଭାଗ୍ୟବାନ ରହିଥିଲେ । ସେ ପ୍ରଥମ ମ୍ୟାଚରେ ଟସ୍ ଜିତିବା ସହ ମ୍ୟାଚ୍ ମଧ୍ୟ ଜିତିଥିଲେ । ଶନିବାର ଡେଭିଡ୍ ଓ୍ୱାର୍ଣ୍ଣର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କିନ୍ତୁ ମ୍ୟାଚ୍ ହାରିଥିଲେ ।

ସେହିପରି ଚଳିତ ଆଇପିଏଲରେ ଏବେସୁଦ୍ଧା ୮ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୬ ଥର ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ବିଜୟ ହାସଲ କରିଛି ।

   Related Posts