Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଙ୍ଗଲରେ ପ୍ରେମୀ ଯୁଗଳଙ୍କୁ ନିର୍ଯ୍ୟାତନା, ଉଲଗ୍ନ ଅବସ୍ଥାରେ ଭିଡିଓ କରି ଭାଇରାଲ୍‌ କରିଦେଲେ କିଛି ଯୁବକ

23/09/2021 at 6:49 PM

ମାଲକାନଗିରି, ୨୩/୦୯: ମାଲକାନଗିରି ଜିଲ୍ଲା ପଦ୍ମଗିରି ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଜଣେ ଯୁବତୀଙ୍କ ପ୍ରତି କିଛି ଉତ୍ସୃଙ୍ଖଳିତ ଯୁବକଙ୍କ ଏଭଳି ଅଶାଳୀନ ବ୍ୟବହାର ଯେ କେହି ବି ଦେଖିବେ ସେମାନେ ନିଶ୍ଚୟ ପ୍ରତିକ୍ରିୟା ପ୍ରକାଶ କରିବେ । ଏଭଳି ଅସାମାଜିକ କାର୍ଯ୍ୟ କରିଥିବା ଯୁବକଙ୍କୁ ତୁରନ୍ତ ଖୋଜି ବାନ୍ଧିବା ବଦଳରେ ଭାଇରାଲ୍‌ ଭିଡିଓକୁ ଧରି ଚୁପ୍‌ ବସିଛି ପଦ୍ମପୁର ପୋଲିସ ।

ମାଲକାନଗିରି ଜିଲ୍ଲା ପଦ୍ମପୁର ଅଂଚଳର ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ପ୍ରତି ନର୍ଯାତନା ଆରମ୍ଭ କରିଦେଇଥିଲେ । ଏହି ଭାଇରାଲ ଭିଡିଓକୁ ଦେଖିଲେ ସଭ୍ୟ ସମାଜରେ ରହୁଥିବା ଯେ କୌଣସି ମଣିଷର ମୁଣ୍ଡ ତଳକୁ ନଇଁ ଯିବ । ସେମାନେ ଧରାପଡ଼ିଥିବା ପ୍ରେମୀ ଯୁଗଳଙ୍କ ପୋଷାକ ଛଡ଼ାଇ ନେଉଛନ୍ତି । ଉଲଗ୍ନ ଅବସ୍ଥାରେ ନିଜ ଲଜ୍ଜା ବଞ୍ଚାଇବାକୁ ବିକଳ ହେଉଛନ୍ତି ଯୁବତୀ ଜଣକ । ତଥାପି ଏହି ଅସାମାଜିକ ଯୁବକଙ୍କ ମନରେ ଦୟା ଆସୁନି । ପାଲଟା ସେମାନଙ୍କ ଅସହାୟତାର ଭିଡିଓ ରେକର୍ଡ଼ିଂ କରି ଭାଇରାଲ୍‌ କରିବାକୁ ମଧ୍ୟ ପଛାଇ ନାହାନ୍ତି । ଅନ୍ୟପଟେ ଏହି ଭାଇରାଲ୍‌ ଭିଡିଓ ପଦ୍ମପୁର ପୋଲିସ ପାଖରେ ମଧ୍ୟ ପହଞ୍ଚିଛି ।ଘଟଣାର ତଦନ୍ତ କରାଯାଉଛି ଓ ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମାଲକାନଗିରି ଥାନା ଅଧିକାରୀ

   Related Posts