ଘରେ କଇଁଛ ପ୍ରତିମା ରଖିଲେ ଜୀବନରେ କଣ ଉନ୍ନତି ହୁଏ ଜାଣନ୍ତୁ

Published By : Prameya-News7 Bureau | June 03, 2019 IST

ବାସ୍ତୁଶାସ୍ତ୍ର ଓ ପେଙ୍ଗସୁଇଶାସ୍ତ୍ର ଅନୁସାରେ କଇଁଛ ଉତ୍ତର ଦିଗର ସଂରକ୍ଷକ। ଏହି କାରଣରୁ କଇଁଛ ଘରେ ରଖିବା ଶୁଭ।କଇଁଛ ମଣିଷଙ୍କ ଆୟୁଷ ବଢାଇବାରେ ଓ ଘରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।  ପେଙ୍ଗସୁଇ ଚିହ୍ନର କଇଁଛ ଘରର ଠିକ୍‌ ଦିଗରେ ରଖିବା ଶୁଭ। ଏହା ଘରକୁ ସୁଖ-ସମୃଦ୍ଧି ଆଣିଥାଏ। ସବୁବେଳେ ଉତ୍ତର ଦିଗରେ ଧାତୁ ପ୍ଲେଟ୍‌ରେ ପାଣି ଭରି କଇଁଛ ପ୍ରତିମା ରଖିବା ଉଚିତ୍‌। କଇଁଛର ମୁହଁ ଉତ୍ତର ଦିଗକୁ ରହିବା ଜରୁରୀ। ଘରେ ସଠିକ୍‌ ସ୍ଥାନ ଅର୍ଥାତ ଉତ୍ତର ଦିଗରେ କଇଁଛ ରଖିବା ଲାଭଦାୟକ ହୋଇଥାଏ।

- ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗରେ କଇଁଛ ରଖିବା ସର୍ବୋତ୍ତମ ହୋଇଥାଏ।

-  କଇଁଛର ପ୍ରତିମା ଘରେ ରଖିଲେ ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହେ ତଥା ଘରର ଭାଗ୍ୟ ବଦଳାଏ।

- ବାସ୍ତୁ ଓ ପେଙ୍ଗସୁଇ ଅନୁସାରେ କଇଁଛ ଏକ ପ୍ରଭାବଶାଳୀ ଯନ୍ତ୍ର। ଘରେ କଇଁଛ ପ୍ରତିମା ରହିଲେ ବାସ୍ତୁ ଦୋଷ ରହେନାହିଁ ଓ ଚାରିଆଡେ ସକରାତ୍ମକ ପରିବେଶ ଆଣିଥାଏ।

- କଇଁଛକୁ ଶାନ୍ତ ତଥା ଦୀର୍ଘଜୀବୀ ପ୍ରାଣୀ ବୋଲି କୁହାଯାଏ।

- ସନାତନ ଧର୍ମ ଅନୁସାରେ କଇଁଛକୁ ଶୁଭର ପ୍ରତୀକ କୁହାଯାଏ।

- କଇଁଛର ପ୍ରତିମା ଶୋଇବା ଘରେ ରଖିବା ଅନୁଚିତ୍‌।

- କଇଁଛକୁ ସବୁବେଳେ ବୈଠକ ଘରେ ରଖିବା ଉଚିତ୍‌।

-  କଇଁଛର ମୁହଁ ସର୍ବଦା ଘର ଭିତରକୁ ରହିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.