ଆରବ ଏମିରେଟରେ ବନ୍ୟା ରଚିଲା ବିତ୍ପାତ , ଭାସିଗଲା ରାସ୍ତା, ବୁଡିଲା ଗାଡ଼ି

Published By : Prameya-News7 Bureau | July 30, 2022 IST

ଆବୁଧାବୀ ୩୦।୭: ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ଗତ ବୁଧବାର ହୋଇଥିବା ମୁଶଳଧାର ବର୍ଷା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତା ଭସାଇ ନେଇଛି। ପ୍ରାୟ ୨୭ ବର୍ଷ ପରେ ଆରବ ଏମିରେଟରେ ଏଭଳି ବୃଷ୍ଟିପାତ ହୋଇଥିବା କୁହାଯାଉଛି।  ଇୟୁରୋପୀୟ ଦେଶମାନଙ୍କରେ ଚଳିତବର୍ଷ ଗ୍ରୀଷ୍ମରେ ନିଆଁ ବର୍ଷୁଥିବା ବେଳେ ଏବେ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଚକିତ କରିଛି।

wp:html /wp:html

ମରୁଭୂମି ବନ୍ୟା ନେଇ ସୋସିଆଲ ମିଡିଆରେ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶାରଜା ଓ ଫୁଜେରାରେ ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରୁଥିବା ଦେଖା ଯାଇଛି। ବନ୍ୟାରେ ଉଭୟ ସହର ଗୁରୁତର ପ୍ରଭାବିତ ହୋଇଛି। ପାହାଡିଆ ଅଞ୍ଚଳ ଫୁଜେରା ଏଥିରେ ବିଶେଷ ପ୍ରଭାବିତ ହୋଇଛି। ଟ୍ୱିଟର ଦ୍ୱାରା ସାଉଦୀ ଆରବ ବନ୍ୟାର ଭିଡିଓ ଏବେ ସାମ୍ନାକୁ ଆସିଛି। ଫୁଜେରା ସଡକରେ ଛିଡା ହୋଇଥିବା କାର ପାଣିରେ ପୁରା ବୁଡି ଯାଉଥିବା ଦେଖା ଯାଉଛି।

wp:html /wp:html

ଗତଦିନରେ ହୋଇଥିବା ବର୍ଷା ସାଉଦୀ ଆରବ ଲୋକଙ୍କ ଲାଗି ବାସ୍ତବିକ ଅସାଧାରଣ ଥିଲା। ଏପରି ବନ୍ୟାର ମୁଖ୍ୟ କାରଣ ଏବେ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି। ଏଥିରେ ସୋସିଆଲ ମିଡିଆରେ ପ୍ରସରୁଥିବା ଭିଡିଓ ବନ୍ୟାର ଭୟାବହ ଚିତ୍ର ବଖାଣୁଛି। ବର୍ଷାଯୋଗୁ ପୂର୍ବ ୟୁଏଇରେ ଅଚାନକ ବନ୍ୟା ଆସିବାରୁ ଅନେକ ଘରଦ୍ୱାର ଭାଙ୍ଗିଛି। ବନ୍ୟାରେ ଅନେକ ଯାନବାହାନ ଭାସି ଯାଇଛି। ଲୋକଙ୍କ ଉଦ୍ଧାର ପାଇଁ ସରକାର ସୈନ୍ୟ ମୁତୟନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.