୪ ଦିନ ହେଲା ଥିଲେ ନିଖୋଜ, ନଦୀରୁ ମିଳିଲା ତୋଫାନ୍‌ଙ୍କ ମୃତଦେହ

Published By : Prameya-News7 Bureau | December 27, 2022 IST

ଭୁବନେଶ୍ୱର ୨୭।୧୨ : କୁଆଖାଇ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ନହରକଣ୍ଟା ନିକଟ କୁଆଖାଇ ନଦୀରୁ ଠାବ ହୋଇଛି ମୃତଦେହ । ମୃତକ ହେଉଛନ୍ତି ନହରକଣ୍ଟାର ତୋଫାନ୍‌ ସାମଲ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ତୋଫାନ୍‌ଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ପାହାଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ତୋଫାନଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୪ ଦିନ ହେଲା ନିଖୋଜ ଥିଲେ ତୋଫାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.