ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ କଲେ ମନା

Published By : Prameya-News7 Bureau | January 03, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଦାନୀ-ହିଣ୍ଡନବର୍ଗ ମାମଲାରେ ବୁଧବାର ବଡ଼ ରାୟ ଶୁଣାଇଛନ୍ତି । ସେବି ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବା ପାଇଁ କୋର୍ଟ ମନା କରିଦେଇଛନ୍ତି । ୩ ଜଜଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେବି ତଦନ୍ତ ଠିକ୍ ଅଛି ଏବଂ ସେ ଏହି ମାମଲାର ତଦନ୍ତ ପାଇଁ ସକ୍ଷମ ଏଜେନ୍ସି ଅଟେ । ମାର୍କେଟ୍ ନିୟାମକ ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ମଧ୍ୟରୁ ୨୨ ମାମଲାର ତଦନ୍ତ ଶେଷ କରିସାରିଛି । ଏବେ ଆଉ ଦୁଇଟି ମାମଲାର ତଦନ୍ତ ବାକି ରହିଛି । ଏହି ଦୁଇ ମାମଲାକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ତିନି ମାସ ସମୟ ଦେଇଛନ୍ତି ।

ଏହା ପୂର୍ବରୁ ନଭେମ୍ୱର ୨୪ରେ ଏହି ମାମଲାରେ ଶୁଣାଣି କରି କୋର୍ଟ ମାର୍କେଟ୍ ନିୟାମକ ସେବିର ତଦନ୍ତ ଏବଂ ଏକ୍ସପର୍ଟ୍ସ କମିଟି ଉପରେ ଉଠାଯାଉଥିବା ପ୍ରଶ୍ନକୁ ଖାରଜ କରି ନିଜ ରାୟ ସଂରକ୍ଷିତ ରଖିଥିଲେ । ଉଲ୍ଲେଖଯୋଗ୍ୟ ଆମେରିକାର ସର୍ଟ ସେଲର ଫାର୍ମ ୨୦୨୩ ଜାନୁଆରୀ ମାସରେ ଆଦାନୀ ଗ୍ରୁପକୁ ନେଇ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଆଦାନୀ କମ୍ପାନିର ସେୟାର ଓଭରଭେଲ୍ୟୁଡ୍ ଏବଂ ସେୟାର ମୂଲ୍ୟରେ ହେରଫେର୍ କରିଥିବା ଅଭିଯୋଗ ଆଣିଥିଲା ।

ପଢନ୍ତୁ: ନ୍ୟୁଜ୍ ଏଜେନ୍ସୀ IANSର ଅଂଶିଦାରୀ କିଣିଲେ ଗୌତମ ଆଦାନୀ ଗ୍ରୁପ୍

ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ ଆମେ ସେବିକୁ ଦିଆଯାଇଥିବା ସମୟ ମଧ୍ୟରେ ନିଜ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଆଦାନୀ-ହିଣ୍ଡନବର୍ଗ ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ବୁଧବାର ଏହି ରାୟ ଦେଇଛନ୍ତି । ସିଜେଆଇ କହିଛନ୍ତି ଯେ କୋର୍ଟ ପାଖରେ ସେବିର ଅଧିକାର କ୍ଷେତ୍ରରେ ଦଖଲ ଦେବାର ସୀମିତ ଅଧିକାର ଅଛି । କୋର୍ଟ ଏହା ବି କହିଛନ୍ତି ଯେ ସେବି ହିଁ ଏହି ମାମଲାର ତଦନ୍ତ କରିବ ଏବଂ ଏସଆଇଟିକୁ ତଦନ୍ତ ଦାୟିତ୍ୱ ଦିଆଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.